‘ମୋ ସରକାର’ ଟିିମ୍ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡା,ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନୂଆ ଘୋଷଣା କରିଛନ୍ତି । ମୋ ସରକାର ଟିମରେ ସରକାରଙ୍କ ବରିଷ୍ଠ ଅଧିକାରୀ ଏହିସବୁ ଜିଲ୍ଲା ଗସ୍ତକରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟ ଅନୁଯାୟୀ, ଏ ସମସ୍ତ ଜିଲ୍ଲାର ସଦର ମହକୁମାରେ ଚିକିତ୍ସାଳୟ ସ୍ଥାପନ କରାଯିବ । ବଲାଙ୍ଗୀର ଜିଲ୍ଲାର ସନ୍ଥ ଭୀମଭୋଇ ମେଡିକାଲ କଲେଜର ଛଅଟି ରୋଗୀକଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ । ସେହିପରି ୬ଟି ଜିଲ୍ଲାରେ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ନିମନ୍ତେ ଜିଲ୍ଲାର ଏସ୍.ପିଙ୍କୁ ଦଶଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ସମ୍ବଲପୁର ଜିଲ୍ଲା ଡାକ୍ତରଖାନା ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ ଟି ଅତିରିକ୍ତ ଶଯ୍ୟା ସହ କାଜୁଆଲିଟି ଓ ବର୍ହି ବିଭାଗ ଚିକିତ୍ସା ଗୃହ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here