ମାପ ଓ ଓଜନ ଯାଞ୍ଚ କରିବାକୁ ପ୍ରଶାସନର ଚଢାଉ । ରାୟଗଡା ସହରର ମୁଖ୍ୟ ବଜାରରେ ଥିବା ସୁନା ଗହଣା ଦୋକାନ, ଚିକେନ ସେଣ୍ଟର ଏବଂ କେତେକ ତେଜରାତି ଦୋକାନ ଉପରେ ଚଢାଉ କରାଯାଇଛି । ଆଦାୟ କରାଯାଇଛି ୧୬ ହଜାର ୫ ଶହ ଟଙ୍କାର ଜରିମାନା । ସହରର ମୁଖ୍ୟ ବଜାରରେ ଥିବା ବିଭିନ୍ନ ଦୋକାନରେ ମାପ ଏବଂ ଓଜନରେ ତ୍ରୁଟି ରହିଥିଲା । ଏନେଇ ଯୋଗାଣ ବିଭାଗର ଅଭିଯୋଗ ଆସିଥିଲା । ତେଣୁ ଯୋଗାଣ ବିଭାଗ, ତହସିଲ ଏବଂ ମୁନିସପାଲଟି ପକ୍ଷରୁ ଆଜି ମିଳିତ ଭାବରେ ଚଢାଉ କରାଯାଇଛି । ଏହି ଚଢାଉ ଅଭିଯାନରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ସୁନିଲ ଖରାଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ମାପ ଓଜନର ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here