ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳ ଲାଲଗଡରେ ଉଡିଲା ତ୍ରିରଙ୍ଗା । ପ୍ରଥମଥର ପାଇଁ ମାଓଗଡରେ ଶୁଭିଲା ଭାରତ ମାତା କି ଜୟର ଧୋନି । ଯେଉଁ ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ପୋଲିସ ଭୟ କରୁଥିଲା । ଆଜି ଏଥିରେ ସଫଳ ହୋଇଛି । ଦୀର୍ଘବର୍ଷ ହେଲା ତ୍ରୀରଙ୍ଗା ବଦଳରେ ମାଓବାଦୀଙ୍କ କଳା ପତାକା ଉଡିଥିଲା । ହେଲେ ଆଜି ସକାଳୁ ଏସପି ଶ୍ରୀ ହୃଷିକେଶ ଡି ହଲାରି ମାଓଗଡରେ ତ୍ରୀରଙ୍ଗା ପତାକା ଉଡାଇଥିଲେ । ହାନ୍ତାଳଗୁଡ଼ାଠାରେ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା ବେଳେ ତ୍ରିରଙ୍ଗା ଉଡ଼ାଇ ସେହି ଅଞ୍ଚଳବାସୀଙ୍କୁ ଓ ସୁରକ୍ଷା ବାହିନୀକୁ ସମ୍ୱୋଧିତ କରିଥିଲେ