ଓଢିଆ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଆଜି ହାଇଦ୍ରାବାଦରୁ ସୁଟିଂ ସାରି ଫେରିବା ପରେ ମୌସୁମୀଙ୍କୁ ପୋଲିସ ଚନ୍ଦକା ସ୍ଥିତ ତାଙ୍କ ଫ୍ଲାଟରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରଥମେ ବନସ୍ମିତାଙ୍କ ବିରୋଧରେ ମୌସୁମୀ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ସେୟାର ମାର୍କେଟରେ ଟଙ୍କା ନିବେଶ ପାଇଁସେ ତାଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ କରିଥିଲେ । ଥାନାରେ ହୋଇଥିବା ବୁଝାମଣା ଅନୁଯାୟୀ ମୌସୁମୀ ବନସ୍ମିତାଙ୍କୁ 5.80 ଲକ୍ଷ ଟଙ୍କା ଫେରାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ଉଭୟଙ୍କ ସହମତିରେ ଥାନାରୁ ମାମଲା ପ୍ରତ୍ୟାହୃତ ହୋଇଥିଲା । ଏହି ଘଟଣା ପରେ ମୌସୁମୀ ବନସ୍ମିତା ତାଙ୍କୁ ଧମକ ଦେଉଥିବା ନେଇ ପୁଣି ଥାନାରେ ଅଭିଯୋଗ କରିଥିଲେ । ବନସ୍ମିତା ଓ ମୌସୁମୀଙ୍କ ମଧ୍ୟରେ ହୋଇଥିବା ଫୋନ୍ କଥାବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୌସୁମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୋସିଆଲ ମିଡିଆରେ ପ୍ରଚାର ଯୋଗୁ ତାଙ୍କ ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଛି ବୋଲି ଅଭିଯୋଗ କରି ମୌସୁମୀ ଅଦାଲତଙ୍କ ଦ୍ବାରସ୍ଥ ହେବା ପରେ ମାମଲାର ତଦନ୍ତ କରି କମିଶନରେଟ ପୋଲିସ ମୌସୁମୀଙ୍କୁ ଗିରଫ କରିଛି । ମୌସୁମୀଙ୍କ ବିରୋଧରେ ପୋଲିସ 395, 284, 506 ଆଦି ଦଫା ଲଗାଇଛି ।

LEAVE A REPLY

Please enter your comment!
Please enter your name here