ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସେ ପୃଥିବି ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଶାନ୍ତିର ବାର୍ତ୍ତାର ନେଇ , ପ୍ରେମର ବାର୍ତ୍ତା ନେଇ । ସେ ହେଉଛନ୍ତି ତ୍ରାଣ କର୍ତ୍ତା, ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଏବଂ ସାରା ବିଶ୍ୱରେ ଶାନ୍ତିର ବାର୍ତ୍ତା ପ୍ରଚାର କରିବାକୁ ତାଙ୍କର ଆଗମନ ହୋଇଛି । ଗତ ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କର ଜନ୍ମ ହୋଇଛି । ଏନେଇ ଚର୍ଚ୍ଚ ଗୁଡିକରେ ଗତକାଲି ସଂନ୍ଧ୍ୟାରୁ ଗହଳିଚହଳି ଲାଗିଥିଲା । ପ୍ରଭୁ ଯୀଶୁଙ୍କ ଜନ୍ମକୁ ସମସ୍ତେ ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରିଥିଲେ । ରଙ୍ଗିନ ଆଲୋକାମାଳାରେ ଝଲସୁଛି ପୁରା ପରିବେଶ । ମଧ୍ୟରାତ୍ରରେ ଇଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁଙ୍କ ଜନ୍ମ ହୋଇଛି । ଏହାପରେ ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ଏକା ସ୍ୱରରେ କ୍ୟାରୋଲ ଗାନ କରିଥିଲେ । ଯୀଶୁଙ୍କ ଜନ୍ମ ହେବା ଖୁସିରେ ଉତ୍ସବ ମନାଇଥିଲେ । ରାଜଧାନୀ ଭୁବନେଶ୍ୱର ସହିତ ରାଜ୍ୟର ପ୍ରମୁଖ ସ୍ଥାନରେ ଯୀଶୁଙ୍କ ଜନ୍ମ ପାଳିତ ହୋଇଛି ।

LEAVE A REPLY

Please enter your comment!
Please enter your name here