ଗୋଟିଏ ଦିନରେ ପ୍ରଥମେ ପଦ ଗଲା । ପରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ବି ଚାଲିଗଲା । ସଡକ ଦୁର୍ଘଟଣାରେ ରାୟଗଡା ଜିଲ୍ଲାପରିଷଦର ପୂର୍ବତନ ଅଧକ୍ଷ୍ୟ ପୁରୁଷୋତ୍ତମ ଗମାଙ୍ଗୋଙ୍କ ମୃତ ହୋଇଛି । ୨୦୧୭ର ଜିଲ୍ଲା ପରିଷଦ ଅଧକ୍ଷ୍ୟ ନିର୍ବାଚନକୁ ଗତକାଲି କୋର୍ଟ ରଦ୍ଧ କରିବାରୁ ତାଙ୍କର ପଦ ଯାଇଥିଲା । ଏହାପରେ କୋର୍ଟରୁ ଘରକୁ ଫେରିବାବେଳେ ରାମନଗୁଡା ଗୁଣୁପୁର ରାସ୍ତାରେ ସେ ଦୁର୍ଘଟଣାର ଶୀକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ପୁରୁଷୋତ୍ତମ ଗମାଙ୍ଗୋ ରାୟଗଡା ଜିଲ୍ଲା ପରିଷଦ ଅଧକ୍ଷ୍ୟ ଭାବେ ନିର୍ବାଚନକୁ ଅସିଦ୍ଧ କରିଥିଲେ ରାୟଗଡା ଜିଲ୍ଲା ଜର୍ଜ । ୨୦୧୭ ମାର୍ଚ୍ଚ ୧୨ ତାରିଖରେ ରାୟଗଡା ଜିଲ୍ଲା ପରିଷଦ ଅଧକ୍ଷ୍ୟ ନିର୍ବାଚନ ହୋଇଥିଲା । ପରିଷଦର ଅଧକ୍ଷ୍ୟ ଭାବେ ନିର୍ବାଚିତ ହୋଇଥିଲେ ପୁରୁଷୋତ୍ତମ ଗମାଙ୍ଗୋ । କିନ୍ତୁ ବିଜେଡିର ଗଦାଧର ପୁଆଲା ଅଭିଯୋଗ କରିଥିଲେ ବିଜେପିର ରାମଚନ୍ଦ୍ର ବେହେରା ତାଙ୍କ ଭୋଟକୁ କଂଗ୍ରେସର ନିର୍ବାଚନ ଏଜେଣ୍ଟ ଦୂର୍ଗା ପ୍ରସାଦ ପଣ୍ଡାଙ୍କୁ ଦେଖାଇଦେଇଥିଲେ । ରାମଚନ୍ଦ୍ର ବେହେରାଙ୍କ ଭୋଟକୁ ନାକଚ କରିବାକୁ ଦାବି କରି ସେ ଜିଲ୍ଲା ଜଜ୍ଙ୍କ କୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି କୋର୍ଟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ଏହି ରାୟ ବିରୋଧରେ ପୁରୁଷୋତ୍ତମ ଗମାଙ୍ଗୋ ହାଇକୋର୍ଟକୁ ଯାଇଥିଲେ । ପୁରୁଷୋତ୍ତମଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବା ସହିତ ୩ ମାସ ଭିତରେ ରାୟ ପ୍ରକାଶ କରିବାକୁ ଜିଲ୍ଲା ଜଜ୍କୁ ସେପ୍ଟେମ୍ବର ୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଜିଲ୍ଲା ଜଜ୍ ପୁଣିଥରେ ମାମଲାର ଶୁଣାଣି କରିଥିଲେ । ସାକ୍ଷ୍ୟ ଗ୍ରହଣ ପରେ ଗତକାଲି ଏହାର ରାୟ ପ୍ରକାଶ ପାଇଥିଲା । ପରିଷଦ ଅଧକ୍ଷ୍ୟ ନିର୍ବାଚନକୁ କୋର୍ଟ ଅସିଦ୍ଧ ଘୋଷଣା କରିବା ସହିତ ପୁଣି ଥରେ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋର୍ଟରୁ ଏହି ପଦ ଯିବାର ଝଟକା ପରେ ଘରକୁ ଫେରିବା ବାଟରେ ପୁରୁଷୋତ୍ତମ ଗମାଙ୍ଗ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଏହା ଦୁର୍ଘଟଣା ନା ତାଙ୍କୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଉଛି ତାହା ତଦନ୍ତ କଲେ ଜଣାପଡିବ ବୋଲି ମତ ପ୍ରକାଶ ପାଇଛି

LEAVE A REPLY

Please enter your comment!
Please enter your name here