ଇରାକର ବାଗଦାଦ ବିମାନ ବନ୍ଦର ଉପରେ ଏୟାରଷ୍ଟ୍ରାଇକ କଲା ଆମେରିକା | ଏହି ଏୟାରଷ୍ଟ୍ରାଇକରେ ଇରାନର ଅଲ କୁର୍ଦୁଶ୍ ଫୋର୍ସର ପ୍ରମୁଖ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନ ଓ ଇରାକୀ ମିଲିସିଆ କମାଣ୍ଡର ଅବୁ ମହଦୀ ଅଲ୍ ମୁହାଣ୍ଡିସ୍ ଙ୍କ ସମେତ ୮ଜଣଙ୍କର ମୃତ୍ୟୁ ହୋଇଛି | ଏହି ଏୟାରଷ୍ଟ୍ରାଇକକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଯାଇଛି | ସେପଟେ ଆମେରିକା ଇରାନୀ କମାଣ୍ଡର ଆମେରିକାର ନାଗରିକଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା ବୋଲି ଆମେରିକା ଦାବି କରିଛି |

ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ଏନେଇ କହିଛି ଯେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଦେଶରେ ଥିବା ଆମେରିକୀୟ କର୍ମୀଙ୍କ ସୁରକ୍ଷା ପାଇଁ ସ୍ପଷ୍ଟ ରକ୍ଷାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ଦେଶର ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଇରାକର ରିଭୋଲ୍ୟୁଶନାରୀ ଗାର୍ଡ କମାଣ୍ଡର କାସିମ୍ ସୁଲେମାନୀଙ୍କୁ ଟ୍ରମ୍ପ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ |

ଅପରପକ୍ଷେ ଏୟାରଷ୍ଟ୍ରାଇକକୁ ନେଇ ଏହାର ପ୍ରତିଶୋଧ ନେବାକୁ ଇରାକ ପଣ କରିଛି | ଆମେରିକା କରିଥିବା ଭୁଲର ପରିଣତି ଭୟଙ୍କର ହେବ ବୋଲି ଇରାକ ପକ୍ଷରୁ କୁହାଯାଇଛି | “ଏବେ ଦୁଇଗଣ ଭାବେ ସମସ୍ତଙ୍କୁ ନେଇ ଆକ୍ରମଣ କରାଯିବ ବୋଲି କହିଛନ୍ତି ଇରାକର ସୁପ୍ରିମ ଲିଡର ଅୟୋତୋଲ୍ଲା ଅଲୀ ଖାମେନେଇ |

LEAVE A REPLY

Please enter your comment!
Please enter your name here