ଚୀନ ସୀମାରେ ଫାଇଟର ଜେଟ୍ ଉଡାଇଛନ୍ତି ଭାରତର ବାହାଦୁର ଝିଅ । ନାରୀ ଶକ୍ତିର ଦମ ଦେଖାଇଛନ୍ତି ତିନି ଝିଅ । ଦୁନିଆର ସବୁଠୁ ଉଚା ଯୁଦ୍ଧକ୍ଷେତ୍ର ସିଆଚିନ୍ ହେଉ କିମ୍ବା ଅରୁଣାଞ୍ଚଳ ପ୍ରଦେଶର ଭୟଙ୍କର ପାହାଡି ଇଲାକା ବିଜୟନଗର ହେଉ ଭାରତୀୟ ବାୟୁସେନାର ମହିଳା ପାଇଲଟ ନିଜର ଶକ୍ତିକୁ ପ୍ରଦର୍ଶନ କରିଛନ୍ତି । ଭାରତୀୟ ବାୟୁସେନାରେ ଏବେ ୧୩୦୦ ମହିଳା ଅଧିକାରୀ ନିୟୋଜିତ ରହିଛନ୍ତି ।
ଲେଫ୍ଟନାଣ୍ଟ ତେଜ୍ୱସି କହିଛନ୍ତି ଯେ, ଆମ ସେନାରେ ବୁଦ୍ଧିମାନ ମହିଳା ରହିଛନ୍ତି । ଯେଉଁମାନେ ପୁରୁଣା ଚିନ୍ତାଧାରାକୁ ପଛରେ ପକାଇ ନିଜ ସ୍ୱପ୍ନକୁ ପୁରା କରିଛନ୍ତି । ଖୁବଶୀଘ୍ର ଯୁଦ୍ଧବିମାନ ଜାହାଜରେ ନଜର ଆସିବେ ମହିଳା । ପୁରୁଷ ଏବଂ ମହିଳାଙ୍କୁ ଗୋଟିଏ ଟ୍ରେନିଂ ଦିଆଯାଇଥାଏ । ସମସ୍ତେ ଜଣେ ଜଣେ ବାୟୁ ଯୋଦ୍ଧା ।
ଭାରତୀୟ ବାୟୁସେନା ପ୍ରଥମେ ୩ ଜଣ ମହିଳାଙ୍କୁ ଫାଇଟର ଷ୍ଟ୍ରିମ୍‌ରେ ସାମିଲ କରିଥିଲା । ତିନି ମହିଳା ହେଉଛନ୍ତି, ଅବନି ଚର୍ତୁବେଦୀ, ଭାବନା କାନ୍ତ ଏବଂ ସିବାଙ୍ଗୀ ସିଂ । ଏମଆଇଜି-୨୧ ଏକା ଉଡାଇ ବେଶ ନାଁ କମାଇଥିବା ସିବାଙ୍ଗୀ ସିଂ ରାଫେଲ ଫାଇଟର ଜେଟ୍‌ର ପାଇଲଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here