ନ୍ୟାସନାଲ ଆୱାର୍ଡ୍ସ ଫର୍ ବ୍ରେଭେରୀ ଫର୍ ଚିଲଡ୍ରେନ କିମ୍ବା ଜାତୀୟ ସାହସିକତା ପୁରସ୍କାର 2018 ଶୁକ୍ରବାର ଘୋଷଣା କରାଯାଇଛି. ତେବେ ସବୁଠୁ ଗର୍ବର କଥା ହେଲା ଯେ, ଏହି ପୁରସ୍କାର ପାଇବା ପାଇଁ କେବଳ ଓଡିଶାରୁ 4 ଜଣ ପିଲା ମନୋନୀତ ହୋଇଛନ୍ତି. ଯାହାମଧ୍ୟରେ ସିତୁ ମଲ୍ଲିକ, ରଞ୍ଜିତା ମାଝୀ, ଝିଲି ବାଗ ଓ ବିଶ୍ୱଜିତ ପୁହାଣ ଭଳି ସାହସବାନ ପିଲା ସାମିଲ ଅଛନ୍ତି. ଏହି ପୁରସ୍କାର ପାଇବା ପାଇଁ ସମଗ୍ର ରାଜ୍ୟରୁ ମୋଟ 21 ଜଣ ପିଲାଙ୍କୁ ଚୟନ କରାଯାଇଛି. ଯାହା ଭିତରେ 8 ଜଣ ଝିଅ ଓ 13 ଜଣ ପୁଅ ଅଛନ୍ତି. ଏହି ପୁରସ୍କାର ପ୍ରଦାନ କରିବା ପାଇଁ ସମଗ୍ର ରାଜ୍ୟରୁ ଯେତେବେଳେ ପିଲାଙ୍କୁ ଚୟନ କରାଯାଇଥାଏ, ତା ମଧ୍ୟରେ ଓଡିଶାର ପିଲା ସର୍ବାଧିକ ଥିବା ସୂଚନା ମିଳିଛି. ତେବେ ସାଧାରଣତନ୍ତ୍ର ଦିବସ ଦିନ ଏହି ଆୱାର୍ଡ ପ୍ରଦାନ କରାଯିବ.

LEAVE A REPLY

Please enter your comment!
Please enter your name here