ବିଦ୍ୟୁତ୍ ବିଲ୍ ବକେୟା ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ସୁଚନା, ଜାନୁଆରୀ ୧୬ରୁ ସେସୁ ବିଦ୍ୟୁତ୍ ବିଚ୍ଛିନ୍ନ କାମ ଆରମ୍ଭ କରିବ । ଏଯାବତ ୧ ଲକ୍ଷ ୧୦ ହଜାର ଲୋକ ବକେୟା ପଇଠ କରିଛନ୍ତି । ବକେୟା ରଖିଥିବା ୭ ଲକ୍ଷ ଗ୍ରାହକଙ୍କ ମଧ୍ୟରୁ ୧.୧୦ ଲକ୍ଷ ଦେଇଛନ୍ତି । ବକେୟା ଥିବା ୧୯୭୧ କୋଟିରୁ ୨୧ କୋଟି ଆଦାୟ ହୋଇଛି । ବିଦ୍ୟୁତ କାଟିବାକୁ ଆମେ ୧୧,୩୯୭ ଗାଁକୁ ଚିହ୍ନଟ କରିଛୁ । ବିଦ୍ୟୁତ୍ କାଟିବାକୁ ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ କରାଯାଇଛି ବୋଲି ଅରୁଣ ବୋଥ୍ରା ସୁଚନା ଦେଇଛନ୍ତି । ବକେୟା ପଇଠ ନକଲେ ନିଶ୍ଚିତ ଭାବେ ବିଦ୍ୟୁତ କଟାଯିବ । ବକେୟା ରଖିଥିବା ସରକାରୀ, ଘରୋଇ ଗ୍ରାହକଙ୍କୁ ନୋଟିସ ହୋଇଛି । ୫୯୬୫ ସରକାରୀ ଅନୁଷ୍ଠାନ ବକେୟା ରଖିଛନ୍ତି , ନୋଟିସ ହୋଇଛି । ସରକାରୀ ଅନୁଷ୍ଠାନ ଉପରେ ୬୪ କୋଟି ୩୭ ଲକ୍ଷ ବାକି ଅଛି । ସରକାର ପ୍ରତିଶ୍ରୁତି ଦେଇଛନ୍ତି ସରକାରୀ ବକେୟା ମାର୍ଚ୍ଚ ୩୧ସୁଦ୍ଧା ଦେବେ ।