ରତ୍ନ ପଥର ଚୋରା କାରବାରରେ ବିଜେଡି ଲିଙ୍କ୍ । ଦୁର୍ଲଭ ରତ୍ନପଥର କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତ ଜିତେନ୍ଦ୍ର ସହ ବିଜେଡି ଲିଙ୍କକୁ ନେଇ ରାୟଗଡା ରାଜନୀତି ଉଠୁଛି ପଡୁଛି । ବିଜେଡିର ଟାଣୁଆ ନେତା, ମନ୍ତ୍ରୀଙ୍କ ସହ ଜିତେନ୍ଦ୍ରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକଦା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଘନିଷ୍ଠ ସହଯୋଗୀ ଭାବେ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରା କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ବିଭିନ୍ନ ଫଟୋରେ ଜିତେନ୍ଦ୍ରଙ୍କୁ ମନ୍ତ୍ରୀଙ୍କ ବେଡ୍ ରୁମଠୁ ଆରମ୍ଭ କରି ସେକ୍ରେଟେରିଏଟ କାର୍ଯ୍ୟାଳୟରେ ଏବଂ ରାଜନୈତିକ ପ୍ରଚାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । କେବଳ ଜଗନ୍ନାଥ ସାରକାଙ୍କ ସହ ନୁହେଁ, ଅଭିଯୁକ୍ତ ଜିତେନ୍ଦ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସୁଦାମ ମାରାଣ୍ଡି, ସାଂସଦ ରମେଶ ମାଝୀଙ୍କ ସମେତ ଗୋପାଳପୁରର ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଏଥିରୁ ତାଙ୍କର ବିଜେଡି ଲିଙ୍କ ସ୍ପଷ୍ଟ ହୋଇଛି ଏବଂ ଶାସକ ଦଳ ମନ୍ତ୍ରୀ ଓ ନେତାଙ୍କ ବାହୁଛାୟା ତଳେ ରହି ସେ ଏଭଳି ମୂଲ୍ୟବାନ ରତ୍ନ ପଥର ଚୋରା କାରବାର କରିଆସୁଥିଲେ ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ କମିଟି । ତେଣୁ ସେମାନଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଏସଟିଏଫ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛି ଜିଲ୍ଲା କଂଗ୍ରେସ କମିଟି ।
ଗତକାଲି ରାୟଗଡା ସହରର ଜଗନ୍ନାଥ କମ୍ଲେକ୍ସ ନିକଟରେ ଥିବା ଏକ କାର ମଧ୍ୟରୁ ଏସଟିଏଫ ଟିମ୍ ୧୫୧ କିଲୋ ଦୁର୍ଲଭ ରତ୍ନ ପଥର ଜବତ କରିଥିଲା । ଯାହାର ମୂଲ୍ୟ ପାଖାପାଖି ଏକ କୋଟି ଟଙ୍କା ହେବ ବୋଲି ରାୟଗଡା ଏସପି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଆମେ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିକ୍ରୀୟା ନେଇଥିଲୁ । ସେ କଣ କହୁଛନ୍ତି ଶୁଣନ୍ତୁ । ବର୍ଷ ବର୍ଷ ଧରି ରାୟଗଡା ଜିଲ୍ଲାରେ ରତ୍ନପଥର ଚୋରା କାରବାର ହୋଇଆସୁଛି । ମାତ୍ର ଏହି ଘଟଣାକୁ ପୋଲିସ ଅତି ହାଲକା ଭାବେ ନେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଂଗ୍ରେସ କହିଛି ।

LEAVE A REPLY

Please enter your comment!
Please enter your name here