ଆଜି ହେବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଭାରତୀୟ ସମୟ ରାତି ୧୦ଟା ୩୭ ମିନିଟରେ ଗ୍ରହଣ ଆରମ୍ଭ ହୋଇ ରାତି ଦୁଇଟା ୪୨ ମିନିଟରେ ଶେଷ ହେବ । ଆଜିର ଉପଛାୟା ଚନ୍ଦ୍ର ଗ୍ରହଣ ପୁରା ଭାରତରେ ଦେଖାଯିବ । ଏଥିଲାଗି ହାଣ୍ଡିଛାଡ ହେବନି କି ଦେବନୀତି ନିଷେଧ ହେବନି । ହେଲେ ଅନ୍ୟ ଗ୍ରହଣ ଓ ପରାଗ ଭଳି ଏହାର ମଧ୍ୟ ଦେଶଦୁନିଆ ଉପରେ ପ୍ରଭାବ ରହିବ । ଏହାସହ ଏସିୟାନ, ୟୁରୋଫ, ଓ ଅଷ୍ଟ୍ରେଲିଆର ଅଧିକାଂଶ ସ୍ଥ୍ାନରେ ମଧ୍ୟ ଏହା ଦେଖିବାକୁ ମିଳିବ । ତେବେ ଉପଛାୟା ଚନ୍ଦ୍ର ଗ୍ରହଣକୁ ଦେଖିବାପାଇଁ ଆପଣଙ୍କୁ ସେଭଳି କିଛି ସାବଧାନତା ଅବଲମ୍ବନ କରିବା ଆବଶ୍ୟକତା ନାହିଁ । କାରଣ ଏହି ଚନ୍ଦ୍ର ଗ୍ରହଣକୁ ଆପଣ ଖାଲି ଆଖିରେ ଦେଖିପାରିବେ । ଯଦି ଆପଣ ଟେଲିସ୍କୋପ ସାହାର୍ଯ୍ୟରେ ଦେଖନ୍ତି, ତାହେଲ ଆପଣଙ୍କୁ ଏହା ଅତି ସୁନ୍ଦର ଓ ସ୍ପଷ୍ଟ ଦେଖାଯିବ । ଆଶିଂକ ଗ୍ରହଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ଉପଛାୟା ଚନ୍ଦ୍ରଗ୍ରହଣ । ଏହି ଗ୍ରହଣକୁ ସ୍ପଷ୍ଟଭାବେ ଦେଖିହୁଏ ନାହିଁ । ଚଳିତବର୍ଷ ମୋଟ ୪ଟି ଚନ୍ଦ୍ରଗ୍ରହଣ ହେବ । ଜାନୁଆରୀ ୧୦ ପରେ ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଜୁନ୍ ୫ ରେ ତୃତୀୟଟି ଜୁଲାଇ ଓ ଚତୁର୍ଥ ତଥା ଅନ୍ତିମ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ରେ ଭାରତକୁ ଦୃଶ୍ୟମାନ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ମିଥୁନ ରାଶିର ପୁର୍ନବସୁ ନକ୍ଷେତ୍ରରେ ହେବ । ତେବେ ଗ୍ରହଣର ୯ଘଣ୍ଟା ପୂର୍ବରୁ ପାକ ତ୍ୟାଗ ହୋଇଥାଏ କିନ୍ତୁ ୧୦ରେ ହେବାକୁ ଥିବା ଗ୍ରହଣରେ କୌଣସି ପାକ ନିଷେଧ ନାହିଁ । କାରଣ ଜ୍ୟୋତିଷଙ୍କ ମୁତାବକ ଏହା ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ର ଗ୍ରହଣ ନୁହେଁ ଏହା କେବଳ ଉପଛାୟା ଚନ୍ଦ୍ର ଗ୍ରହଣ

LEAVE A REPLY

Please enter your comment!
Please enter your name here