ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ଇଣ୍ଡିଆନ ବ୍ୟାଙ୍କ ଏଟିଏମରୁ ମିଳିବନି ୨୦୦୦ଟଙ୍କିଆ ନୋଟ । କାଲିଠାରୁ ଲାଗୁ ହେଉଛି ଏହି ନିୟମ । ମାର୍ଚ୍ଚ ପହିଲାରୁ ୨୦୦୦ଟଙ୍କିଆ ନୋଟ ଭର୍ତ୍ତି କରିବନି ଇଣ୍ଡିଆନ ବ୍ୟାଙ୍କ ।୨୦୦୦ଟଙ୍କିଆ ନୋଟ ବଦଳରେ ଅଧିକାରୁ ଅଧିକା ୨୦୦ଟଙ୍କିଆ ନୋଟ ରଖାଯିବ । ଏନେଇ ନିଜର ସମସ୍ତ ଶାଖାକୁ ଜଣାଇଦେଇଛି ବ୍ୟାଙ୍କ । ଅନ୍ୟ ବ୍ୟାଙ୍କ ଏଟିଏମରୁ ପୂର୍ବ ଭଳି ୨୦୦୦ ଟଙ୍କିଆ ନୋଟ ଉପଲବ୍ଧ ହେବ । ଇଣ୍ଡିଆନ ବ୍ୟାଙ୍କ ଅଧିକାରୀଙ୍କ କହିବାଅନୁସାରେ ଏଟିଏମରୁ ୨୦୦୦ଟଙ୍କିଆ ନୋଟ ଉଠାଇବା ପରେ ଗ୍ରାହକମାନେ ତାକୁ ବଦଳାଇବା ପାଇଁ ବ୍ୟାଙ୍କ ଆଗରେ ଧାଡିକରି ଠିଆହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଏଟିଏମରେ ୨୦୦୦ଟଙ୍କିଆ ନୋଟ ନ ପୁରାଇବା ପାଇଁ ଯୋଜନା କରାଯାଇଛି ।

LEAVE A REPLY

Please enter your comment!
Please enter your name here