ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ଶିକ୍ଷୟିତ୍ରୀଙ୍କ ଟିକ୍ ଟକ୍ ଭିଡିଓ । କେତେବେଳେ ସମ୍ବଲପୁରୀ ଟ୍ରାକରେ ଝୁମୁଛନ୍ତି ତ ଆଉ କେତେବେଳେ ଓଡିଆ ରୋମାଣ୍ଟିକ ଗୀତର ତାଳେ ତାଳେ ଝୁମିଯାଉଛନ୍ତି । ତେବେ ଦିଦିଙ୍କର ନାଚ ଗୀତରେ ସଉକ ଥିଲାପରି ଲାଗୁଛି । ଡ୍ୟୁଟି ଟାଇମରେ ସ୍କୁଲ ପିଲାଙ୍କ ପାଖରେ ଦିଦିଙ୍କର ଏମିତି ଡ୍ୟାନ୍ସ ଭିଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା । ଭିଡିଓରେ ଥିବା ଦିଦି ହେଉଛନ୍ତି କଟକ ବଡମ୍ବା ବ୍ଲକ ଅନ୍ତର୍ଗତ ବାଦଭୂମି ୟୁପି ସ୍କୁଲର ଶିକ୍ଷୟିତ୍ରୀ ବନପ୍ରିୟା ନାୟକ । ତାଙ୍କ ଟିକଟକ ଏକାଉଣ୍ଟରେ ଏମିତି ଅନେକ ଭିଡିଓ ଥିବାବେଳେ ସେ ମଧ୍ୟରୁ ବହୁ ଭିଡିଓ ସ୍କୁଲରେ ସୁଟିଂ କରାଯାଇଛି । ପିଲାମାନେ ବି ଦିଦିଙ୍କ ନାଚର ମଜା ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here