କାୟା ମେଲାଉଛି କରୋନା । କରୋନା ଭାଇରସକୁ ନେଇ ଏବେ ସବୁଠି ଆତଙ୍କ । ଭୟଭୀତ ହୋଇପଡିଲେଣି ସାଧାରଣ ଲୋକ । ଏହାକୁ ନେଇ କିପରି ସତର୍କତା ଅବଲମ୍ବନ କରାଯିବ ସେନେଇ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଦେଶର ପ୍ରମୁଖ ବିମାନ ବନ୍ଦରରେ ସତର୍କତା ଅବଲମ୍ବନ କରାଯାଇଛି । ଏବେ କରୋନା ଭୂତାଣୁ ସଂକ୍ରମଣରେ ଚୀନରେ ମୃତ୍ୟୁ ସଂଖ୍ୟା ୮୦ରେ ପହଁଞ୍ଚିଛି । ସେହିପରି ଏହି ଭୂତାଣୁ ଏବେ ବିଶ୍ୱର ୧୫ଟି ଦେଶକୁ ବ୍ୟାପିଥିବାବେଳେ ଦୁଇ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ଚୀନରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଅନ୍ୟପଟେ ରାଜ୍ୟର କଟକ ବଡ ମେଡିକାଲରେ ଖୋଲିଛି ସ୍ୱତନ୍ତ୍ର ୱାର୍ଡ । ଏହାସହିତ ଏୟାରପୋର୍ଟ , ଷ୍ଟେସନ ଓ ପୋର୍ଟରେ ଯାତ୍ରୀଙ୍କ ଉପରେ ସର୍ତକ ନଜର ରଖିବାକୁ ଜାରି ହୋଇଛି ଆଡଭାଇଜରୀ । ଝାରସୁଗୁଡା ବିମାନ ବନ୍ଦର କର୍ତ୍ତ;ୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ବିମାନ ବନ୍ଦରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଝାରସୁଗୁଡା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ । ରେଳ ବିଭାଗକୁ ମଧ୍ୟ ଏନେଇ ନିର୍ଦ୍ଦେଶ ରହିଛି ।
କରୋନା ଭାଇରସ କଣ
କରୋନା ଏପରିକି ଏକ ଭାଇରସ ଯାହାକି ଅନେକ ଦିନରୁ ଆମର ଯେଉଁ ରୋଗ ସୃଷ୍ଟିକାରୀ ଭୂତାଣୁମାନଙ୍କର କ୍ଲାସିଫିକେସନରେ ଅଛି ।
ବିଭିନ୍ନ ଭୂତାଣୁ ପରି କରୋନା ଭୂତାଣୁ ମଧ୍ୟ ରୋଗ ସୃଷ୍ଟିକାରୀ ଭାବରେ ପ୍ରଥମରୁ ରହିଛି । ଏହା ଗୋଟେ ପ୍ରକାର ଭାଇରସ । ଏହା ସଂକ୍ରମିତ ହେଲେ ବିଭିନ୍ନ ପ୍ରକାର ଥଣ୍ଡା, କାଶ, ଶ୍ୱ।।ସନଳୀ ପ୍ରଦାହ ଇତ୍ୟାଦି କରିଥାଏ । ମଣିଷ ଅପେକ୍ଷା ସରିସୃପ ଓ ପକ୍ଷୀ ପଶୁମାନଙ୍କୁ ଆକ୍ରାନ୍ତ କରିବାର ସମ୍ଭାବନା ବେଶି ଥାଏ । ଏହି ଭୂତାଣୁ ଆଗରୁ ଅନେକ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିଛି ।
ଲକ୍ଷଣ
ନାକ ବନ୍ଦ ହେବା, ଛିଙ୍କ ହେବା, ମୁଣ୍ଡ ବିନ୍ଧା ହେବା, ଗୋଡ ହାତ ବଥା ହେବା ଲାଗି ରହିଲେ ଆମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କାରଣ ଏମିତି ଲକ୍ଷଣରୁ ହିଁ କରୋନା ସଂକ୍ରମଣ କରିବା ଆରମ୍ଭ କରିଥାଏ । ଏହା ଅଧିକ ହେଲେ ରୋଗୀ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ । ତେବେ କରୋନା ଭାଇରସ ପାଇଁ ଆତଙ୍କିତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here