କନ୍ନଡ ସୁପରଷ୍ଟାର ପୁନିଥ୍ ରାଜକୁମାରଙ୍କ ପରଲୋକ । ଜିମରେ ବ୍ୟାୟାମ କରୁଥିବା ବେଳେ ହଠାତ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ସତ୍ତ୍ବେ ତାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରି ନ ଥିଲେ । ହୃଦଘାତରେ ତାଙ୍କ ପରଲୋକ ହୋଇଥିବା ହସପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 46 ବର୍ଷ ବୟସ ହୋଇଥିଲା । କନ୍ନଡ ସିନେମାଜଗତରେ ସେ ପାଓ୍ବାରଷ୍ଟାର ନାଁରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ କନ୍ନଡ ସିନେଜଗତରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here