ନାଁ ହରେକଲା ହଜବା । ବୟସ ୬୮ । ପେସା-କମଳା ବ୍ୟବସାୟୀ । କର୍ଣାଟକର ଏହି କମଳା ବ୍ୟବସାୟୀ ଏ ଥରକ ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ପାଇଁ ଘୋଷିତ ହୋଇଛନ୍ତି । ପେସା ସିନା କମଳା ବିକିବା, ହେଲେ ନିଶା ଗରିବ , ଅନାଥ ପିଲାଙ୍କୁ ଶିକ୍ଷିତ କରାଇବା । କମଳା ବିକାରୁ ଯେଉଁ ପଇସା ଲାଭ କରନ୍ତି , ସେ ପିଲାଙ୍କ ପାଠ ପଢାରେ ବିନିଯୋଗ କରନ୍ତି । ହରେକଲାଙ୍କ ଗାଁ ନବାପଡାପୁରରେ କୌଣସି ସ୍କୁଲ୍ ନଥିିଲା । ହରେକଲା ନିଜ ରୋଜଗାରରେ ୨୦୦୦ ମସିହାରୁ ଏଠି ଏକ ସ୍କୁଲ ଖୋଲିଲେ । ଧିରେ ଧିରେ ସ୍କୁଲରେ ପିଲା ସଂଖ୍ୟା ବଢିବାରେ ଲାଗିଲେ । ହରେକଲାଙ୍କ କହିବା ଅନୁସାରେ ସେତେବେଳେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଲି ଯେତେବେଳେ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ସହ ମୋର ଦେଖାହୋଇଥିଲା । ଥରେ ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ତାଙ୍କୁ କମଳା ଦର ପଚାରିଥିଲେ, କିନ୍ତୁ ତାଙ୍କୁ ଇଂରାଜି ଆସୁ ନଥିବାରୁ ସେ ଫଳର ଦାମ୍‌୍ ବିଷୟରେ କହିପାରି ନଥିଲେ , ଏବଂ ପରେ ସେମାନେ କମଳା ନ କିଣି ପଳାଇଥିଲେ । ସେତେବେଳେ ସେ ବହୁତ ଦୁଃଖ ଅନୁଭବ କରିଥିଲେ । ସେତେବେଳେ ସେ ବିିଚାର କରିଥିଲେ କି ଯାହା ତାଙ୍କ ସହ ଘଟିଲା ତାହା ଗାଁ ରେ ଥିବା ପିଲାମାନଙ୍କ ସହ ନ ହେଉ । ସେଥିପାଇଁ ସେ ଗାଁର ପିଲାମାନଙ୍କ ପାଇଁ ସ୍କୁଲ୍ ଖୋଲିଥିଲେ । ଗାଁରେ ତାଙ୍କୁ ଅକ୍ଷରର ସନ୍ଥ ବୋଲି କୁହାଯାଉଛି । ଏବେ ସରକାର ତାଙ୍କ ଗାଁରେ ଏକ କଲେଜ ଖୋଲିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଜଙ୍ଗଲ ବିଭାଗର ଅଧିକାରୀ ପ୍ରବୀଣ କସବାନ ଟୁଇଟ କରି ଏହା କହିଛନ୍ତି । ପ୍ରବିଣ କାସବାନ୍ ଙ୍କର ଏହି ଟୁଇଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ହରେକଲା ହଜବା କିଛି ବର୍ଷ ହେବ କନ୍ନଡ ସହରରେ ଗରିବ ମାନଙ୍କୁ ମସଜିଦ୍‌ରେ ପଢାଉଛନ୍ତି ।

LEAVE A REPLY

Please enter your comment!
Please enter your name here