ଆଜି ବିଶ୍ୱ କର୍କଟ ରୋଗ ଦିବସ । କର୍କଟ ଏଭଳି ଏକ ରୋଗ ଯାହା ଶରୀରରେ ଯେ କୌଣସି କୋଶିକାରେ ଅନିୟନ୍ତ୍ରୀତ ଭାବେ ହୋଇଥାଏ । ଓଡିଶାରେ ପ୍ରତିଦିନ କର୍କଟ ରୋଗ ନେଉଛି ପ୍ରାୟ ୭୦ ଜୀବନ । କର୍କଟ ରୋଗ କ’ଣ ପ୍ରଥମେ ଶରୀରରେ ଗୋଟିଏ ଅଂଶରେ ହୋଇଥିବା କର୍କଟ ରୋଗକୁ ପ୍ରାଇମେରୀ ଟ୍ୟୁମର ବୋଲି କୁହାଯାଏ । ଏହାପରେ ଅନ୍ୟ ଅଂଶରେ ହେଲେ ସେକେଣ୍ଡାରୀ କର୍କଟ କୁହାଯାଏ । ସେକେଣ୍ଡାରୀ କ୍ୟାନସର ପ୍ରାଇମେରୀ କ୍ୟାନସର ଭଳି ହୋଇଥାଏ । କିନ୍ତୁ ଏହି ଶଦ୍ଦଟିକୁ ଶରୀରରେ ଅଧିକ ମାତ୍ରାରେ ବ୍ୟାପିଥିବା ଟ୍ୟୁମର ପାଇଁ ବ୍ୟବହାର କରାଯାଏ । କର୍କଟ ରୋଗର ଚାରୋଟି ମୁଖ୍ୟ ଅବସ୍ଥା ରହିଛି । ପ୍ରଥମ ଓ ଦ୍ୱିତୀୟ ଅବସ୍ଥାରେ କର୍କଟର ଟ୍ୟୁମର ଛୋଟ ହୋଇଥାଏ ଏହା ଆଖ ପାଖ ମାଂସପେଶୀକୁ ବ୍ୟାପି ନଥାଏ । ତୃତୀୟ ଅବସ୍ଥାରେ କର୍କଟ ବିକଶିତ ହୋଇଯାଇଥାଏ । ଏହି ସମୟରେ ଟ୍ୟୁମର ବଡ ହୋଇଯାଇଥାଏ ଏବଂ ଅନ୍ୟ କୋଶିକାକୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଚତୁର୍ଥ ଅବସ୍ଥାରେ କର୍କଟ ଶରୀରର ଅନ୍ୟାନ୍ୟ ତନ୍ତ୍ରୀକୁ ବ୍ୟାପିଯାଇଥାଏ । ଏହାକୁ ଶେଷ ଅବସ୍ଥା ବୋଲି କୁହାଯାଇଥାଏ । କର୍କଟ ରୋଗର ଲକ୍ଷଣ ଓଜନ କମିବା , ଜ୍ୱର ହେବା, ଭୋକ ନହେବା, ହାଡରେ କଷ୍ଟ ଅନୁଭବ ହେବା , ଓ ପାଟିରୁ ରକ୍ତ ପଡିବା ଭଳି ଲକ୍ଷଣ ଦେଖିବାକୁ ମିଳେ । ଭାରତରେ ପ୍ରାୟ ୬୦ ପ୍ରତିଶତ ଲୋକ ମୁହଁ, ସ୍ତନ, ଓ ଭର୍ଗାଶୟ କର୍କଟ ରୋଗରେ ପିଡୀତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସ୍ତନ କର୍କଟର ଲକ୍ଷଣ ଏବଂ ଉପାୟ ସ୍ତନ କର୍କଟର ଲକ୍ଷଣ ସ୍ତନ ଟାଣ ଲାଗିବା ସ୍ତନ ନିମ୍ମଗାମି ହେବା ସ୍ତନରୁ ତରଳ ପଦାର୍ଥ ନିର୍ଗତ ହେବା ସ୍ତନ ଦରଜ ରହିବା ସ୍ତନର ଅସ୍ୱାଭାବିକ ପରିବର୍ତ୍ତନ ଏମିତି କିଛି ପରିଲିକ୍ଷିତ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା । ଏହାର ପ୍ରାଥମିକ ଅବସ୍ଥାରେ ଚିକିତ୍ସା ସମ୍ଭବ । କିନ୍ତୁ ଏଥିରେ ହେଳା କରିବା ଦ୍ୱାରା ଏହା ବ୍ୟାପକ ରୂପ ନେଇଥାଏ । ଚିକିତ୍ସା ସ୍ତନ କର୍କଟ ହେଇଛି ନା ନାହିଁ ସେଥିପାଇଁ ମେମୋଗ୍ରାଫି କରେଇନେବା ଆବଶ୍ୟକ । ୪୦ ବର୍ଷପରେ ନିୟମିତ ବ୍ୟବଧାନରେ ମେମୋଗ୍ରାଫି କରେଇନେବା ଦରକାର । ଏହା ଛଡା ସ୍ତନରେ ଯଦି ଅସ୍ୱାଭିକ ପରିବର୍ତ୍ତନ ହେଉଛି କିମ୍ବା ଟାଣ ଲାଗୁଛି ତେବେ ଡାକ୍ତରଙ୍କୁ ଦେଖାଇବା ଜରୁରୀ । ସ୍ତନ କର୍କଟରୁ ଦୂରେଇ ରହିବା ପାଇଁ ନିୟମିତ ସବୁଜ ପନିପରିବା, ତଟକା ଫଳ, ସରବତ ଇତ୍ୟାଦି ଖାଆନ୍ତୁ । ପ୍ରତିଦିନ ଖାଦ୍ୟପେୟରେ ପ୍ରୋଟିନ ଓ ଭିଟାମିନ ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ । ନିୟମିତ ଡାଳିମ୍ବ ସେବନ କରନ୍ତୁ । ପ୍ରଥମ ଅବସ୍ଥାରୁ ଏହାର ଚିକିତ୍ସା ହେଲେ ଭଲ ହେବାର ସମ୍ଭାବନା ରହିଛି । କର୍କଟ ରୋଗର କୌଣସି ବି ଲକ୍ଷଣ ଦେଖାଗଲେ ଆରମ୍ଭରୁ ତୁରନ୍ତ ଡାକ୍ତରଙ୍କ ଶହ ପରାମର୍ଶ କରିବା ଜରୁରୀ

LEAVE A REPLY

Please enter your comment!
Please enter your name here