କଟକ: କଟକ ଏସସିବିରେ ସୋମବାର ବିଳମ୍ବିତ ରାତିରେ ପୁଣି ହୋଇଛି ଏକ ବିରଳ ଅସ୍ତ୍ରୋପଚାର । ଓଡିଶାରେ ପ୍ରଥମଥର ପାଇଁ କାଡାଭେରିଜ ଟ୍ରାନ୍ସପ୍ଲାଣ୍ଟ ପାଇଁ କରାଯାଇଥିବା ପ୍ରଚେଷ୍ଟାରେ ଏସ୍‌ସିବିକୁ ମିଳିଛି ବଡ ସଫଳତା । ମୃତକଙ୍କ କିଡନୀ ଜୀବିତଙ୍କ ଠାରେ ପ୍ରତିରୋପଣ କରାଯାଇଛି । ସାଧାରଣରତଃ ଜଣେ ମୃତ ବ୍ୟକ୍ତିଙ୍କ ଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟ ଜଣକ ଠାରେ ପ୍ରତିରୋପଣ କରିବାକୁ କାଡାଭେରିଜ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ । ସୂଚନାମୁତାବିକ, କିଡନୀ ଦେଇଥିବା ଯୁବତୀଙ୍କ ଘର ଗଞ୍ଜାମ ଦିଗପହଣ୍ଡିରେ । ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୋମବାର ରାତିରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏବଂ ଯୁବତୀର ଅଙ୍ଗଦାନ ପାଇଁ ପରିବାର ଲୋକେ ସମ୍ମତି ଜଣାଇଥିଲେ । ଏ ନେଇ ହସ୍ପିଟାଲ କର୍ତ୍ତୁପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଜଣାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ଏସ୍‌ସିବକୁ ନିର୍ଦ୍ଦେଶ ଦେବାପରେ ଆରମ୍ଭ ହୋଇଥିଲା ସମସ୍ତ ପ୍ରକ୍ରିୟା । ମଧ୍ୟରାତ୍ରିରେ ଭୁବନେଶ୍ୱରରୁ କଟକ ନିଆଯାଇଥିଲା କିଡନୀ । ସାଧାରଣତଃ ଜଣେ ବ୍ୟକ୍ତିଙ୍କର ମୃତ୍ୟୁର ୫ ଘଣ୍ଟା ମଧ୍ୟରେ ଅନ୍ୟ ଜଣଙ୍କ ଠାରେ ପ୍ରତିରୋପଣ କରାଯାଇଥାଏ ଅଙ୍ଗ । ଏମିତି ଅସ୍ତ୍ରୋପଚାର ଓଡିଶାରେ ପ୍ରଥମଥର ପାଇଁ କରାଯାଇଛି । ଏସସିବିର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଦୀର୍ଘ ୭ ଘଣ୍ଟାର ବିରଳ ଅସ୍ତ୍ରୋପଚାର କରି ଏକ ରୋଗୀର ଜୀବନ ବଞ୍ଚାଇଛନ୍ତି । ଏବେ ସଂପୃକ୍ତ ରୋଗୀ ସୁସ୍ଥ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here