ଇଏ ରାଜଧାନୀ ଭୁବନେଶ୍ବର । କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେତେ ବ୍ୟବସ୍ଥା । କେତେ ଆଇନକାନୁନ । ମାସ୍କ ପିନ୍ଧିବାଠୁ ଆରମ୍ଭ କରି ଭ୍ୟାସିନେସନ ନେବାଯାଏଁ । ସ୍ମାର୍ଟସିଟି ପାଇଁ ସ୍ମାର୍ଟ ସେଂଟର ବି ଖୋଲାଯାଇଛି । ମାତ୍ର ଏ ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ । ଲକ୍ ଡାଉନ କଟକଣା ଭିତରେ ସାରା ସହର ଯେତେବେଳେ ଶୋଇପଡୁଛି, ସେତେବେଳେ ଭୋକର ଦାଉ ସହି ନ ପାରି ଏ ଲୋକ କେମିତି ଡହଳବିକଳ ହେଉଛି । ତା ପାଖରେ କରୋନାର ଭୟଠୁ ବଳି ଯାଇଛି ଭୋକର ଯନ୍ତ୍ରଣା । ଏ ଦୃଶ୍ୟ ହେଉଛି, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳ ପ୍ରଶାନ୍ତିବିହାରର । ଡଷ୍ଟବିନ୍ ଭିତରୁ ଅଂଇଠା ଅଣ୍ଡାଳି ନେଉଛି ଲୋକଟି । ଅଂଇଠା ଭିତରେ କଣ ରହିଛି, କେଉଁ ସଂକ୍ରମିତର ଅଂଇଠା କି ନୁହେଁ, ସେକଥା ଭାବିବାକୁ ତା ପାଖରେ ସମୟ ନାହିଁ । ବରଂ ପାଖରେ ଛିଡା ହୋଇଥିବା ଦୁଇ କୁକୁରଙ୍କଠୁ ବଞ୍ଚେଇ ସେ କେମିତି ଖାଇବ, ସେଇଟା ତା ପାଇଁ ଗୁରୁତ୍ବପୂର୍ଣ୍ଣ । ଏ ଦୃଶ୍ୟ ସ୍ମାର୍ଟସିଟିର ବାସିନ୍ଦା ଓ ବ୍ୟବସ୍ଥା ପାଇଁ ସବୁଠୁ ବଡ଼ ପ୍ରଶ୍ନ । ଆଉ ଏ ପ୍ରଶ୍ନର ସମାଧାନ ହେବା ଆବଶ୍ୟକ, ଯେମିତି ଆଉ କେବେ ବି ଏମିତିକା ଦୃଶ୍ୟ ଆମ ନଜରକୁ ନ ଆସୁ

LEAVE A REPLY

Please enter your comment!
Please enter your name here