ଆଜି ବିଶ୍ୱ କର୍କଟ ଦିବସ । ପ୍ରତି ବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । ବର୍ତ୍ତମାନ କ୍ୟାନସର ଏକ ମାରାତ୍ମକ ରୋଗ ରୂପେ ବ୍ୟାପକ ହେବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ମୁତାବକ ପ୍ରତିବର୍ଷ ହେଉଥିବା ୬ ଜଣଙ୍କ ମୃତ୍ୟୁ ମଧ୍ୟରୁ ଜଣଙ୍କର ମୃତ୍ୟୁ କ୍ୟାନସର ଯୋଗୁଁ ହୋଇଥାଏ । ଏହି୨୦୨୦ ବର୍ଷର ଥିମ୍ ହେଲା “I AM & I WILL” ଏହାର ଅର୍ଥ ମୁଁ କ୍ୟାନସରରେ ପିଡିତ ଅଛି ଏବଂ ମୁଁ ଏହାକୁ ହରାଇବି । ନିଜକୁ କ୍ୟାନସର ରୋଗରେ କମଜୋର ନ ହେବାକୁ ଦେବା ହିଁ ଏହି ଥିମ୍ ର ଲକ୍ଷ୍ୟ । ପ୍ରତିବର୍ଷ କ୍ୟାନସରର ସଚେତନତା୧୯୯୩ ରେ ଅନ୍ତରାଷ୍ଟୀୟ କ୍ୟାନସର ନିୟନ୍ତ୍ରଣ ସଂଘ ଦ୍ୱାରା ସୁଇଜରଲ୍ୟାଣ୍ଡର ଜେନିଭାଠାରେ ପ୍ରଥମଥର କ୍ୟାନସର ଦିବସ ପାଳନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ କ୍ୟାନସରକୁ ହରାଇଥିବା କିଛି ବ୍ୟକ୍ତି ମାନଙ୍କର ଉଦାହରଣ ଦିଆଯାଇଥାଏ । କର୍କଟ ରୋଗ ମଧ୍ୟରୁ ସ୍ତନ କର୍କଟ ଏକ ଅନ୍ୟତମ କର୍କଟ ରୋଗ ଯାହାକି ଏବେ ବ୍ୟାପକ ରୁପ ଧାରଣ କରିଛି

LEAVE A REPLY

Please enter your comment!
Please enter your name here