ରାୟଗଡା ସହରର ଓଲଡ୍ ଟାଉନ୍ ଅଞ୍ଚଳରୁ ଦୁଇ ଜଣ ନାବାଳିକା ନିଖୋଜ ହୋଇଯାଇଛନ୍ତି । ଏ ନେଇ ପରିବାର ପକ୍ଷରୁ ରାୟଗଡା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସିସିଟିଭି ଫୁଟେଜ ଆଧାରରେ ଓଲଡ୍ ଟାଉନ୍ ଅଞ୍ଚଳର ସପ୍ତମ ଶ୍ରେଣୀ ଛାତ୍ରୀ ମଞ୍ଜୁଲତା ଦତ୍ତ (୧୩) ଓ ନ୍ୟୁ କଲୋନୀର ସମୀକ୍ଷା ଦାଶ (୧୪) ଆଜି ସକାଳ ୪:୪୫ ମିନିଟ ସମୟରେ ନିଜ ନିଜ ଘର ବାହାରେ ଚାବି ପକାଇ ଚାଲିଯାଇଥିବା ଦେଖାଯାଇଛି । ଯିବା ପୂର୍ବରୁ ଦୁଇ ଜଣ ଏକ ଚିଠି ଛାଡିଯାଇଛନ୍ତି । ଏହି ଚିଠିରେ ମୁଁ ଖରାପ କାମ କରୁଛି ବୋଲି ଭାବୁଥିବୁ ନିଶ୍ଚୟ । ତେଣୁ ମୁଁ ମରିବାକୁ ଯାଉଛି ବୋଲି ଚିଠିରେ ଉଲ୍ଲେ୍ଲଖ କରିଛନ୍ତି । ଯାହାକୁ ପୁଲିସ ଜବତ କରିଛି । ଏହି ଦ୍‌ୁଇ ଜଣ ଛାତ୍ରୀ ରାୟଗଡା ସହରରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣାପଡିଛି । ତେବେ କେଉଁ କାରଣ ଯୋଗୁଁ ଦୁହେଁ ଘର ଛାଡି ଚାଲିଯାଇଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନ ଥିବା ବେଳେ ସେମାନେ ଧରି ଯାଇଥିବା ମୋବାଇଲକୁ ଟ୍ରାକ କରି ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here