ଭୁବନେଶ୍ୱର: ଖୁବଶୀଘ୍ର ବଜାରକୁ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି ବି ଆସିବ l କେବଳ ଡେୟାରି ବ୍ରାଣ୍ଡ ଓମ୍‌ଫେଡ ଏବେ କ୍ଷୀର ଓ ଦୁଗ୍ଧଜାତ ପଦାର୍ଥରେ ସୀମିତ ରହିବ ନାହିଁ। ବୋର୍ଡ ଅନୁମୋଦନ ପରେ ଆଜି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି, ଓମ୍‌ଫେଡ୍ ଆଇସକ୍ରିମ୍ ଆଉ ଓମଫେଡ୍ ପାଣି ଖୁବଶୀଘ୍ର ବଜାରକୁ ଆସିବ । ଓମଫେଡ୍ କେବେ ମଧ୍ୟ ଅପମିଶ୍ରମଣ କରେ ନାହିଁ । ବଜାରକୁ ଛାଡିବା ପୂର୍ବରୁ ତ୍ରିସ୍ତରୀୟ ବ୍ୟବସ୍ଥାରେ ମାନ ଯାଞ୍ଚ କରାଯାଇ ଛଡାଯାଇଥାଏ । ତେଣୁ ଓମଫେଡର ଶୁଦ୍ଧତା ଉପରେ କୌଣସି ପ୍ରଶ୍ନବାଚୀ ନାହିଁ । ବର୍ତ୍ତମାନ ଓମଫେଡ୍ ଚକୋଲେଟ, ବଟରସ୍କଚ୍, ଷ୍ଟ୍ରବେରି, କେଶର ପିସ୍ତା, ଆମ୍ବ ଓ ଭାନିଲା ସ୍ୱାଦର ଆଇସକ୍ରିମ୍ କପ୍, ଷ୍ଟିକ୍, ଚକୋ ବାର୍ ଓ ଫ୍ୟାମିଲି ପ୍ୟାକ୍‌ରେ ବିକ୍ରି କରୁଛି। ନୂଆ ରେଞ୍ଜରେ ଆହୁରି ଅଧିକ ସ୍ୱାଦ ଓ ନୂଆ ଫର୍ମାଟ୍ ଯୋଡ଼ାଯିବ। ପ୍ୟାକେଜ୍ଡ ପାଣି ଓମଫେଡ୍ ପାଇଁ ସମ୍ପୂର୍ଣ୍ଣ ନୂଆ ବ୍ୟବସାୟ କ୍ଷେତ୍ର। ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟର ବୋତଲ ପାଣି ବଜାରର ପ୍ରାୟ ୧୫ ପ୍ରତିଶତ ଅଂଶ ଦଖଲ କରିବାକୁ ଓମଫେଡ୍ ଲକ୍ଷ୍ୟ ରଖିଛି। ସରକାର କ୍ଷୀର ସଂଗ୍ରହ ମୂଲ୍ୟକୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିବାରୁ ଚାଷୀଙ୍କ ଆୟ ବଢ଼ିବା ସହ ଦୁଗ୍ଧ ଉତ୍ପାଦନରେ ସ୍ୱାବଲମ୍ବନକୁ ପ୍ରୋତ୍ସାହନ ମିଳିବ।

LEAVE A REPLY

Please enter your comment!
Please enter your name here