ଛତିଶଗଡ ରାଇଗଡ ଏସପି ସଂଜୟ ସିଂ କଲେ ଖୁଲାସା, କେମିତି ମା ଓ ଝିଅଙ୍କୁ ହତ୍ୟା କରିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ I ମୃତ ମହିଳା କଳ୍ପନା ଦାସ ଓ ତାଙ୍କ ଝିଅ ବବଲି, 2005 ରୁ ତାଙ୍କ ସ୍ବାମୀ ଛାଡପତ୍ର ଦେବା ପରେ ଅନୁପ ସାଏଙ୍କ ସହ ସଂପର୍କରେ ଥିଲେ I 2011 ରୁ 2016 ଯାଏ ଭୁବନେଶ୍ବର ସୁନ୍ଦରପଦାରେ ଏକ ଫ୍ଲାଟ କିଣି ପତି ପତ୍ନୀ ଭାବେ ରହୁଥିଲେ I ମାତ୍ର କଳ୍ପନା ଯେତେବେଳେ ବାହା ହେବାକୁ କହିଲେ, ସେତେବେଳେ ରାଜନୈତିକ କ୍ୟାରିଅର ନଷ୍ଟ ହେବା ଭୟରେ ମା ଓ ଝିଅଙ୍କୁ ରାୟଗଡା ନେଇ ମର୍ଡର କରିଥିଲେ ଏବଂ ଦୁର୍ଘଟଣାର ରୂପ ଦେବାକୁ ଯାଇ ଗାଡି ଚଢାଇ ଦେଇଥିଲେ I ଏହି ମାମଲାରେ ପୋଲିସ ଅନୁପ ସାଏଙ୍କ ସଂପୃକ୍ତି ଥିବା ଜାଣିବା ପରେ ହାଜର ହେବାକୁ ବାରମ୍ବାର ନୋଟିସ ପଠାଇଥିଲା I ମାତ୍ର ବିଭିନ୍ନ ବାହାନା ଦେଖାଇ ଅନୁପ ପୋଲିସ ଥାନା ଯ଼ାଉ ନଥିଲେ I ତାଙ୍କ ସଂପୃକ୍ତି ନେଇ ପ୍ରମାଣ କଣ ଅଛି ବୋଲି ପଚାରୁଥିଲେ I ତେଣୁ ପୋଲିସ ସବୁ ପ୍ରମାଣ ଯୋଗାଡ କରିବାରେ ଲାଗିଥିଲା I ଏପରିକି ଗତ ଛ ମାସ ଧରି ପୋଲିସ ତାଙ୍କର ପିଚ୍ଛା କରୁଥିଲା I ମାମଲା ବିଷୟରେ ଜାଣିବା ପାଇଁ ପୋଲିସ 700 ଲୋକଙ୍କୁ ପଚରାଉଚରା କରିଥିଲା I