ନୂଆଦିଲ୍ଲୀ : ଆଜି ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଲା । ଗତବର୍ଷ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ୪୦ ଜଣ ସିଆରପିଏଫ ଜବାନ ଶହୀଦ ହୋଇଥିଲେ । ଆଜିର ଏହି ଦିନରେ ଶହୀଦ ସିଆରପିଏଫ ଜବାନଙ୍କ ପ୍ରତି ଶ୍ରୀନଗରର ଲେଥପୋରା କ୍ୟାମ୍ପରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଶହୀଦମାନଙ୍କ ଉଦ୍ଦେଶ୍ୟରେ କ୍ୟାମ୍ପରେ ଏକ ସ୍ମାରକୀ ନର୍ମାଣ କରାଯାଇଛି । ଆଜି ଏହାକୁ ଉଦ୍ଘାଟନ କରାଯାଉଛି । ମହାରାଷ୍ଟ୍ରର ଉମେଶ ଯାଦବ ଏଠାକୁ ଏକ କଳସ ପ୍ରଦାନ କରିଛନ୍ତି ଯେଉଁଥିରେ ସମସ୍ତ ଶହୀଦ ଜବାନଙ୍କର ଘରର ମାଟି ଅଛି । ଉନ୍ମୋଚିତ ହେବାକୁ ଥିବା ସ୍ମାରକୀରେ ଶହୀଦଙ୍କ ନାମ ସହିତ ଫଟୋ ରହିଛି ।
ସୂଚନାଯୋଗ୍ୟ ୨୦୧୯ ଫେବୃଆରୀ ୧୪ ତାରିଖରେ ସିଆରପିଏଫର ୨୫୪୭ ଜଣ ସୁରକ୍ଷା କର୍ମୀ ୭୮ଟି ବସ୍ ରେ ଜମ୍ମୁରୁ ଶ୍ରୀନଗର ଯାଉଥିଲେ । ଅପରାହ୍ନ ୩ଟା ସମୟରେ ୭୬ ସିଆରପିଏଫ ବାଟାଲିୟନର ବସ୍ ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲା ।

LEAVE A REPLY

Please enter your comment!
Please enter your name here