ନୂଆଦିଲ୍ଲୀ : ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣା କରାଯାଇଛି । ଚଳିତବର୍ଷ ଏହି ଯାତ୍ରା ଜୁନ ୨୩ରୁ ଆରମ୍ଭହୋଇ ୩ ଅଗଷ୍ଟରେ ସରିବ । ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟତାରେ ଅମରନାଥ ପୀଠ ବୋର୍ଡର ଶୁକ୍ରବାର ବୈଠକ ହୋଇ ଯାତ୍ରା ତାରିଖ ଘୋଷଣା କରାଯାଇଥିଲା । ଗତବର୍ଷ ଯାତ୍ରା ୪୬ ଦିନ ପାଇଁ ରଖାଯାଇଥିଲା କିନ୍ତୁ ଏହିବର୍ଷ ଯାତ୍ରାକୁ କେବଳ ୪୨ ଦିନ ପାଇଁ ରଖାଯାଇଛି । ଏପ୍ରିଲ ୧ରୁ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ ହେବ । ଏହାର ପଞ୍ଜୀକରଣ ପାଇଁ ୩୨ ରାଜ୍ୟରେ ୪୪୨ଟି ବୁକିଂ କାଂଉଣ୍ଟର ଖୋଲାଯାଇଛି । ପଞ୍ଜାବ ନାସ୍ନାଲ୍ ବ୍ୟାଙ୍କ, ୟସ୍ ବ୍ୟାଙ୍କ ଓ ଜମ୍ମୁ-କାଶ୍ମୀର ବ୍ୟାଙ୍କ ଶାଖା ମାନଙ୍କରେ ଯାତ୍ରା ପଞ୍ଜୀକରଣ ପାଇଁ ସୁବିଧା ରହିଛି । ୧୩ ବର୍ଷରୁ କମ୍ ଏବଂ ୭୫ ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କୁ ଅମରନାଥ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।