ନୂଆଦିଲ୍ଲୀ : ଦିଲ୍ଲୀରେ ତୃତୀୟଥର ସରକାର ଗଠନ କଲା ଆପ୍ । ଆମ୍ ଆଦ୍‌ମୀ ପାର୍ଟୀର ମୁଖ୍ୟ ଅରବିନ୍ଦ କେଜରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଉପମୂଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ସତ୍ୟେନ୍ଦ୍ର ଜୈନ, ରାଜେନ୍ଦ୍ର ପାଲ ଗୌତମ ଏବଂ ଇମ୍ରାନ ହୁସେନ କ୍ୟାବିନେଟମନ୍ତ୍ରୀ ମଧ୍ୟ ସଚିବାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜରିୱାଲ ନିଜ କ୍ୟାବିନେଟରେ ବିଭାଗ ବଣ୍ଟନ କରିଥିଲେ । ସୂଚନାଅନୁଯାୟୀ ୩ଟି ବିଭାଗରେ ମନ୍ତ୍ରୀମାନଙ୍କର ଅଦଳ ବଦଳ ହୋଇଥିବା ବେଳେ ଅନ୍ୟ ବିଭାଗ ମନ୍ତ୍ରୀମାନଙ୍କ ମନ୍ତ୍ରଣାଳୟ ପୂର୍ବପରି ରହିଛି । ଉପମୂଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପୂର୍ବ କାର୍ଯ୍ୟକାଳ ପରି ସମାନ ପଦବୀରେ ରହିଥିବାବେଳେ ଶିକ୍ଷା, ଅର୍ଥ, ଯୋଜନା, ଲ୍ୟାଣ୍ଡ ଓ ବିଲଡିଙ୍ଗ ପରି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । କ୍ୟାବିନେଟମନ୍ତ୍ରୀ ବିଭାଗର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜଳ ବୋର୍ଡ ଦାୟିତ୍ୱ , ଗୋପାଳ ରାୟଙ୍କୁ ପରିବେଶ ବିଭାଗ, ରାଜେନ୍ଦ୍ର ପାଲ ଗୌତମଙ୍କୁ ମହିଳା ଏବଂ ଶିଶୁ ବିଭାଗର ଦାୟିତ୍ୱ ମିଳିଛି । କେଜରିୱାଲ ନିଜ ପାଖରେ କୌଣସି ବିଭାଗ ରଖି ନାହାନ୍ତି । ଆପ୍‌ରୁ ୮ଜଣ ମହିଳା ବିଧାୟକ ନିର୍ବାଚନ ଜିତିଥିଲେ ମଧ୍ୟ କେହି ବି କ୍ୟାବିନେଟରେ ସାମିଲ ହୋଇନାହାନ୍ତି ।

LEAVE A REPLY

Please enter your comment!
Please enter your name here