ରାୟପୁର : ଛତିଶଗଡ ରାୟପୁରସ୍ଥିତ ନନ୍ଦନବନ ଜଙ୍ଗଲ ସଫାରୀରେ ଟୁରିଷ୍ଟ ବସ୍ କୁ ପିଛା କରିଲା ମହାବଳ । ଗତ ଶୁକ୍ରବାର ଦିନ ଏକ ଟୁରିଷ୍ଟ ବସ୍ ଜଙ୍ଗଲ ସଫାରୀ ଭ୍ରମଣ ସମୟରେ ଗୋଟିଏ ବାଘ ବସ୍‌କୁ ପିଛା କରିଥିଲା । ସେ ବସ୍ ପଛରେ ଲାଗିଥିବା ଗୋଟିଏ କପଡାକୁ ବହୁତ ଜୋରରେ କାମୁଡି ଧରିଥିଲା ଫଳରେ ବସ୍ ଟି ଆଗକୁ ଯିବାରେ ବାଧା ଉପୁଜିଥିଲା । ବାଘ ବସ୍‌ଟିକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଟୁରିଷ୍ଟ ବସ୍ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଥିଲା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ ବାଘ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏହି ଘଟଣାକୁ ଛତିଶଗଡ ବନ୍ୟଯନ୍ତୁ ବିଭାଗ ଗୁରୁତର ସହ ନେଇଛି । ଭିଡିଓ ଆସିବା ପରେ ୨ ଜଣ ଅଧିକାରୀ ନବୀନ ପୁରେନା ଓ ନରେନ୍ଦ୍ର ସିହ୍ନା ସମେତ ଡ୍ରାଇଭର ଓମ ପ୍ରକାଶ ଭାରତୀଙ୍କୁ ଛତିଶ ଗଡ ବନ ବିଭାଗ ନିଲମ୍ବନ କରିଛି । ଏହି ମାମଲାରେ ରାୟପୁର ଡିଏଫଓ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here