ଜୀବନକୁ ବେଖାତିର । ଚଳନ୍ତା ଟ୍ରେନରେ ଷ୍ଟଣ୍ଡ ଦେଖାଇ ଅଳ୍ପକେ ବର୍ତ୍ତିଲେ ଯୁବକ । ଦେଖନ୍ତୁ ଏହି ଭିଜୁଆଲ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହି ଭିଡିଓ । ଯେଉଁଥିରେ ଯୁବକ ଜଣକ ବିପଦ ଜନକ ଭାବେ ଟ୍ରେନ ଗେଟ ପାଖରେ ଷ୍ଟଣ୍ଡ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଆଉ ଏହି ସମୟରେ ତାଙ୍କ ଗୋଡ ଖସିଯିବା ସହ ତଳେ ପଡିଯାଉଛନ୍ତି । ହେଲେ ସୌଭାଗ୍ୟବଶତ ମୁଣ୍ଡ ଟ୍ରେନର ଠିକ୍ ତଳକୁ ଯାଇଥିଲେ ବି ତାଙ୍କର କିଛି କ୍ଷତି ହୋଇନାହିଁ । ଦୁଇ ତିନି ଥର ଗଡି ଗଡି ଯିବା ପରେ ଉଠି ବସୁଛନ୍ତି ଯୁବକ । ସହଯାତ୍ରୀ ଏହି ସମୟର ଭିଡିଓ ରେକର୍ଡ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋୟେଲ । ଚଳନ୍ତା ଟ୍ରେନରେ ଷ୍ଟଣ୍ଡ ଦେଖାଇବା ସାହସ ନୁହେଁ ମୁର୍ଖତା ବୋଲି ସେ କହିଛନ୍ତି । ଜୀବନ ବେଶ୍ ଅମୂଲ୍ୟ । ଏହାକୁ ବିପଦରେ ନପକାଇବାକୁ ଯାତ୍ରୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here