ପୁରୀ : ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳକୁ ଭିକାରୀମୁକ୍ତ କରାଯିବ I ଭିକାରୀମାନଙ୍କୁ ମୂଖ୍ୟସ୍ରୋତରେ ସାମିଲ କରିବାପାଇଁ ପୁରୀ ଜିଲ୍ଲାପ୍ରଶାସନ ଉଦ୍ୟମ ଆରମ୍ଭ କରିଛି I ଏଥିପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିବାକୁ ଯାଉଛି ‘ନିଳାଦ୍ରି ନିଳୟ ଯୋଜନା’ I ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି I ଏହି ଯୋଜନାରେ ଅଞ୍ଚଳକୁ ଭିକାରୀମୁକ୍ତ କରାଯାଇ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ ଓ ସେମାନଙ୍କର ପୁର୍ନବାସ କରିବ ଜିଲ୍ଲା ପ୍ରଶାସନ I ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ 8ଟି ନିଳାଦ୍ରି ନିଳୟ ଭିକାରୀ ପୁର୍ନବାସ ଗୃହ କାର୍ଯ୍ୟ କରିବ I ପ୍ରତିଗୃହରେ 50ଜଣ ଭିକାରୀଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ I ଏହାସହ ସେମାନଙ୍କୁ ସମାଜର ମୂଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ବ୍ୟବସ୍ଥା ରହିବ I ଗତକାଲି ଏହାକୁ ନେଇ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା I ଏଥିରେ ଅନେକ ସ୍ୱଚ୍ଛାସେବୀ ସଂଗଠନ ଓ ସରକାରୀ କର୍ମଚାରୀ ଯୋଗଦେଇଥିଲେ I

LEAVE A REPLY

Please enter your comment!
Please enter your name here