ନିର୍ଦ୍ଦେଶକଙ୍କ ପାଇଁ ଏବେ ବାୟୋପିକ ଏକ ପ୍ରକାର ସଉକ ହୋଇଯାଇଛି। ବାୟୋପିକକୁ ନେଇ ବକ୍ସ ଅଫିସରେ ମଧ୍ୟ ଭଲ ବିଜିନେସ କରୁଛନ୍ତି ନିର୍ଦ୍ଦେଶକ। ତେବେ ଖୁବଶୀଘ୍ର ଜୟଲଳୀତାଙ୍କ ଉପରେ ବାୟୋପିକ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ। ତେବେ ସବୁଠାରୁ ବଡ କଥା ହେଲା ଯେ ଆମ୍ମାଙ୍କ ଭୂମିକା ନିଭାଇବା ପାଇଁ ଦୁଇ ଜଣ ଆକଟ୍ରେସ ଐଶ୍ୱର୍ଯ୍ୟା ବଚ୍ଚନ ଏବଂ ଅନୁଷ୍କା ସେଟ୍ଟିଙ୍କୁ ନିର୍ଦ୍ଦେଶକ ପସନ୍ଦ କରିଛନ୍ତି। ଫିଲ୍ମ ମେକର୍ସ ବିଜୟ ଏବଂ ପ୍ରିୟଦର୍ଶନୀ ଆମ୍ମାଙ୍କ ବାୟୋପିକ ଉପରେ ଫିଲ୍ମ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ଶୁଣିବାକୁ ମିଳିଛି ଯେ ନିର୍ଦ୍ଦେଶକ ଆଦିତ୍ୟ ଭରଦ୍ୱାଜଙ୍କ ଏହି ଫିଲ୍ମର ନାମ ‘ଆମ୍ମା ପୁରାଚି ଥଲାୟାବି’ ରଖାଯିବ। ତେବେ ଫିଲ୍ମରେ ଜୟଲଳୀତାଙ୍କ ଭୂମିକା କିଏ ନିଭାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।