ସୋନି ଚ୍ୟାନେଲରେ ପ୍ରସାରିତ ସଙ୍ଗୀତ ରିଆଲିଟି ସୋ ‘ ଇଣ୍ଡିଆନ୍ ଆଇଡଲ ସିଜନ୍ ୧୧’ ର ଅଡିସନ୍ ଆରମ୍ଭ ହେବାକୁ ଯାଉଛି । ତେବେ ଭୁବନେଶ୍ୱରରେ ମଧ୍ୟ ଏହି ସୋର ଅଡିସନ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଡିସନ୍ ଅଗଷ୍ଟ ୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଅଡିସନ୍ରେ ଇଚ୍ଛୁକ ଥିବା ପ୍ରାର୍ଥୀ ଇଣ୍ଡିଆନ୍ ଆଇଡଲ ୱେବସାଇଟରେ ଆବେଦନ କରିପାରିବେ । ଅଡିସନ୍ ପାଇଁ ପ୍ରାର୍ଥୀ ମାନେ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ତେବେ ଅଡିସନ୍ ହେବାକୁ ଥିବା ସ୍ଥାନରେ ପ୍ରତିଯୋଗୀ ମାନେ ଅଫଲାଇନ ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ । ଜୁଲାଇ ୩୧ରେ ପ୍ରଥମ ଅଡିସନ୍ ଜୟପୁରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅଗଷ୍ଟ ୨ରେ ଭୁବନେଶ୍ୱରରେ,୪ ରେ ଗୁଆହାଟି, ୬ ତାରିଖରେ ଡେରାଡୁନ୍ ଏବଂ ଚଣ୍ଡିଗଡରେ ଅଗଷ୍ଟ ୮ରେ ଅଡିସନ୍ ହେବ । ଏହି ଅଡିସନ୍ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୫ ରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ତେବେ ‘ଇଣ୍ଡିଆନ୍ ଆଇଡଲର’ ଅଡିସନ୍ ପାଇଁ ୧୧ଟି ସହରକୁ ବଛାଯାଇଛି । ବିଗତ କିଛି ବର୍ଷହେବ ଜାତୀୟ ସ୍ଥରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ରିଆଲଟି ସୋରେ ଓଡିଆ ମାନେ ସେମାନଙ୍କର ପ୍ରତିଭା ଦେଖାଇ ସମ୍ମାନ ଅର୍ଜନ କରିପାରିଛନ୍ତି । ଭୁବନେଶ୍ୱର ଝିଅ ଅନନ୍ୟା ଶ୍ରୀତମ ନନ୍ଦ ୨୦୧୮ ଇଣ୍ଡିଆନ ଆଇଡଲ ଜୁନିଅର ଚାମ୍ପିଅନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here