ଜମ୍ମୁ : ଭାରତୀୟ ସେନାର ଜଣେ ଯବାନ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ ସେନାର ଏହା ପ୍ରଥମ ଘଟଣା । ଯବାନ ଜଣକ ଲଦାଖ ସ୍କାଉଟର ବୋଲି ଜଣାପଡିଛି । ନିକଟରେ ଯବାନଙ୍କର ବାପା ଇରାନରୁ ଫେରିଥିଲେ । ତାଙ୍କ ବାପାଙ୍କ ଠାରୁ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଉଭୟଙ୍କ ନମୁନା ଯାଞ୍ଚ ପରେ କରୋନା ପଜିଟିଭ ଆସିଛି । ଏହାପରେ ଯବାନଙ୍କର ପତ୍ନୀ ଓ ଭଉଣୀଙ୍କୁ ଲଦାଖରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସେହିପରି ଲଦାଖରେ କରୋନା ପଜିଟିଭ ଥିବା ଯବାନଙ୍କ ସହ ରହିଥିବା ଅନ୍ୟ ଯବାନଙ୍କୁ ମଧ୍ୟ ଅଲଗା ରଖାଯାଇ, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଆଠ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here