ଜଗତସିଂହପୁର : ସ୍ବାମୀ ରହୁଥିଲେ ଭୁବନେଶ୍ବରରେ । କାମ କରୁଥିଲେ ଏକ ହୋଟେଲରେ । ମାତ୍ର ସ୍ବାମୀ ଦିନ ଦିନ ଧରି ବାହାରେ ରହିବା କାରଣରୁ ସ୍ତ୍ରୀଙ୍କର ସଂପର୍କ ପରପୁରୁଷଙ୍କ ସହ ଗଢି ଉଠିଲା । ଏମିତି ହେଲା ଯେ, ସ୍ବାମୀକୁ ମାରିବା ପାଇଁ ବି ଧମକ ଦେଲା ସ୍ତ୍ରୀ । ଘଟଣା ଘଟିଛି ଜଗତସିଂହପୁର ସହରରେ ସ୍ୱାମୀ । ପତ୍ନୀଙ୍କ ବ୍ୟବହାରରେ ଅତିଷ୍ଠ ସ୍ବାମୀ ଶେଷରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ । ଜଗତସିଂହପୁର ସଦରଥାନା ଅନ୍ତର୍ଗତ ସୁଜଙ୍ଗ (ମରିଚିଆପଦା) ଅଞ୍ଚଳର କଲିମୁଦ୍ଦିନ ଖାଁ ନାମକ ଏହି ବ୍ୟକ୍ତି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ପୋଲିସ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ସ୍ବାମୀଙ୍କ ଅଭିଯୋଗର ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here