ଶବ ଗୃହରେ ରୋମାନ୍ସ । ସ୍ଥାନ, କାଳ , ପାତ୍ର ଭୁଲିଗଲେ କମ୍ପାନୀର କର୍ମଚାରୀ । ଶବଗୃହରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡିଲେ ଯବୁତୀ ଓ ଦୁଇ ଯୁବକ । ତେବେ ଯୁବକ ଦୁଇ ଜଣ ମେଡିକାଲକୁ ଠିକାରେ ନେଇଥିବା କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ମଧ୍ୟପ୍ରଦେଶ ଇନ୍ଦୋରରେ ଯଶୱନ୍ତ ରାଓ ହସ୍ପିଟାଲରେ ଏପରି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିିଛି । ମେଡିକାଲ ଭିତରର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଅସଞ୍ଜତ ଅବସ୍ଥାରେ ଦୁଇଜଣ ଯୁବତୀ ଓ ଦୁଇ ଜଣ ଯୁବକଙ୍କୁ ଦେଖିବାକୁ ମିଳୁଛି । ୟୁଡିଏସ ନାମକ ଏକ ଘରୋଇ କମ୍ପାନୀ ମହାରାଜ ଯଶୱନ୍ତ ରାଓ ହସ୍ପିଟାଲର କିଛି କାମ ଠିକାରେ ନେଇଛି । ଆଉ ସମ୍ପୃକ୍ତ କମ୍ପାନୀର କର୍ମଚାରୀମାନେ ଏପରି କାମ କରି ଏବେ ମେଡିକାଲକୁ ବଦନାମ କରିଛନ୍ତି । ମଙ୍ଗଳବାର ରାତିରେ ଜଣେ ଲୋକ ମୃତ ଦେହ ଧରି ଶବ ଗୃହରେ ପହଁଞ୍ଚିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଅସଞ୍ଜତ ଅବସ୍ଥାରେ ଥିବା ଦୁଇ ଝିଅ କମ୍ପାନୀର ଦୁଇ କର୍ମଚାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଶବ ରଖିବାକୁ ଆସିଥିବା ଲୋକେ । ସେଇ ଘଟଣାକୁ କ୍ୟାମେରାରେ କଏଦ କରିଥିଲେ । ମାତ୍ର ଯୁବକ ଦୁଇ ଜଣ ନାଲି ଆଖି ଦେଖାଇଥିଲେ । କହିଥିଲେ ଶବ ରଖି ଚୁପଚାପ ଚାଲିଯାଓ ।
ଘଟଣା ସାମ୍ନାକୁ ଆସିବା ପରେ ଫଟୋରେ ଦେଖାଯାଇଥିବା ଉଭୟ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଭୟ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । କର୍ମ୍ପାନୀକୁ ନୋଟିସ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here