ମାର୍ଚ୍ଚ 25 ତାରିଖ ସୁଦ୍ଧା ସମଗ୍ର ବିଶ୍ବରେ 4 ଲକ୍ଷ 22 ହଜାର 829 ଜଣ ଆକ୍ରାନ୍ତ ହୋଇଥିବା ବେଳେ 2 ଲକ୍ଷ 94 ହଜାର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି. 24 ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା 3 ଲକ୍ଷ 82 ହଜାର. ଗୋଟିଏ ଦିନରେ ସମଗ୍ର ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାଳିଶ ହଜାର ବଢିଛି ବୋଲି ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ. ତେଣୁ କରୋନା ଯେଉଁଭଳି ଭାବେ ଦ୍ରୁତଗତିରେ ବ୍ୟାପୁଛି, ତାକୁ ରୋକିବା ପାଇଁ ଆମକୁ 21 ଦିନର ଲକ୍ ଡାଉନ ପିରିଅଡରେ ରହିବାକୁ ପଡିବ ବୋଲି କୋଭିଡ 19 ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସଂଯମ ରହିବାକୁ ପରାମର୍ଶ ଦେଇଛନ୍ତି. ଆମେ ଯେତିକି ସଂଯମ ରହିବା, କରୋନା ସଂକ୍ରମଣରୁ ନିଜକୁ, ପରିବାରକୁ ଓ ଦେଶକୁ ରକ୍ଷା କରି ପାରିବା ବୋଲି ସେ କହିଛନ୍ତି.