ନୂଆଦିଲ୍ଲୀ : ମ୍ୟାଲେରିଆ ଔଷଧ ଉପରେ ଆଜି କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । କରୋନା ଭାଇରସର ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ କି ପ୍ରତିଷେଧକ ଟୀକା ବାହାରିନାହିଁ । ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନକକୁ କିଛି କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ବ୍ୟବହାର କରି ସଫଳତା ପାଇଛନ୍ତିିି । କରୋନା ଭାଇରସର ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହାର କରିବାକୁ ସୋମବାର ଦିନ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ସ୍ୱୀକୃତି କରିଛନ୍ତି । ଏହାକୁ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ମାନେ ବ୍ୟବହାର କରୁଛନ୍ତି । କିନ୍ତୁ କୋଭିଡ-୧୯ ଆକ୍ରାନ୍ତଙ୍କ ପ୍ରତି ଏହାକୁ କେବଳ ଜରୁରୀ କ୍ଷେତ୍ରରେ ବ୍ୟବହାର କରିବାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମିତ ଦେଇଛି । ସ୍ଥାନୀୟ ବଜାରରେ ଏହା ଯଥେଷ୍ଟ ପରିମାଣରେ ମିଳିବା ପାଇଁ ଏହାର ରପ୍ତାନୀ ଉପରେ ନିଷେଧାଦେଶ ଜାରି କରାଯାଇଛି । ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ ଏବଂ ଆଜିଥ୍ରୋମାଇସିନକୁ ଏକାଠି ଗ୍ରହଣ କରିବା ଦ୍ୱାରା କରୋନା ଚିକିତ୍ସାରେ ଲାଭ ମିଳୁଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ । ଫଳରେ ଏହାର ଚାହିଦା ଏବେ ବହୁତ ପରିମାଣରେ ବଢିଯାଇଛି ।

LEAVE A REPLY

Please enter your comment!
Please enter your name here