ନୂଆଦିଲ୍ଲୀ : ଗତକାଲି କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସପ୍ତାହ ମାନେ ୨୧ ଦିନ ପାଇଁ ସମଗ୍ର ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଆଜି ଲକ୍ ଡାଉନ୍‌ର ପ୍ରଥମ ଦିନରେ ଦେଶର ଦୁଇଟି ପ୍ରମୁଖ ଇ-କମର୍ସ ଶପିଂ ପୋର୍ଟାଲ ଫ୍ଲିପକାର୍ଟ ଓ ଆମାଜନ ତାର ଅଧିକାଂଶ ସେବା ବନ୍ଦ ରଖିଛନ୍ତି । ଫ୍ଲିପକାର୍ଟ ତାର ସମସ୍ତ ସେବା ସାମୟିକ ଭାବେ ସ୍ଥଗିତ ରଖିବା କଥା କହିଛି । ନିରାପଦରେ ଘରେ ରହିବା ପାଇଁ ନିବେଦନ କରିବା ସହିତ ଯଥା ଶୀଘ୍ର ପୁଣି ଥରେ ସେବା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛିା ଅନ୍ୟପକ୍ଷେ ଆମାଜନ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ଚାହିଦା ଓ କେଉଁ ସହର ଦେଖି ସେବା ଯୋଗାଇଦେବ ବୋଲି କହିଛି । ବିଭିନ୍ନ ରାଜ୍ୟରେ ଲୋକମାନଙ୍କର ଗମନା ଗମନ ଏବଂ ମାଲ ପରିବହନ ଉପରେ କଟକଣା ଜାରି ହେବା ପରେ ସମସ୍ତ ଇ-କମର୍ସ କମ୍ପାନୀ ପରିବହନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here