ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5କୁ ବୃଦ୍ଧି ପାଇବା ପରେ ସରକାର କୋଭିଡ 19 ବିରୋଧରେ ରଣକୌଶଳ ପରିବର୍ତ୍ତନ କରିଛନ୍ତି I ବିଶେଷକରି ପଞ୍ଚମ କରୋନା ଆକ୍ରାନ୍ତଙ୍କୁ ଠାବ କରାଯିବା ପରେ ଏବଂ ସେ କୌଣସି ବିଦେଶ ଅଥବା ବାହାର ରାଜ୍ୟକୁ ଯାଇ ନଥିବାରୁ ସାମାଜିକ ସଂକ୍ରମଣ ଆଶଙ୍କାରେ ସରକାର ଠୋସ୍ ପଦକ୍ଷେପ ବେଇଛନ୍ତି I ଏପର୍ଯ୍ୟନ୍ତ ଭୁବନେଶ୍ବରରେ ଚାରିଜଣ, ଭଦ୍ରକରେ ଜଣେ ଏବଂ କଟକରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶୁକ୍ରବାର ରାତି ଆଠଟାରୁ ରବିବାର ରାତି ଆଠଟା ଯାଏଁ ଭୁବନେଶ୍ବର,ଭଦ୍ରକ ଓ କଟକ ସହରକୁ ସଂପୂର୍ଣ୍ଣ ସଟ୍ ଡାଉନ କରାଯାଇଛି I ଲକ୍ ଡାଉନ ବେଳେ ଦିଆଯାଇଥିବା ପାସକୁ ରଦ୍ଦ କରିଦିଆଯାଇଛି I ପରିବା, ସଉଦା, ମାଛ, ମାଂସ ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବ I ସେହିପରି କେଉଁ ଔଷଧ ଦୋକାନ ଖୋଲା ରହିବ, ତାକୁ ନେଇ ମଧ୍ୟ କଟକଣା ଜାରି କରାଯାଇଛି I ସାମାଜିକ ସଂକ୍ରମଣ ରୋକିବାକୁ ସରକାରଙ୍କ ଏହି ନିଷ୍ପତ୍ତି ଦୁଇଦିନ ପାଇଁ ଲୋକଙ୍କୁ ହୁଏତ ଅସୁବିଧାରେ ପକାଇପାରେ, ମାତ୍ର କରୋନା ସଂକ୍ରମଣକୁ ସଂକୁଚିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି I

LEAVE A REPLY

Please enter your comment!
Please enter your name here