ଏଣିକି ନାବଳକ , ନାବାଳିକାଙ୍କୁ ଗାଡି ଦେଲେ କଟିବ ମୋଟାଙ୍କର ଫାଇନ୍ । ରାଜ୍ୟରେ ବିିଭିନ୍ନ ସ୍ଥାନରେ ଆଜିଠୁ କଡାକଡି ଗାଡି ଚେକିଂ ଚାଲିଛି । ଗାଡି ଧରି ଆଉ ରାସ୍ତାକୁ ବାହାରି ପାରିବେନି ନାବାଳକ ଗାଡି ଚାଳକ । ୧୮ ବର୍ଷରୁ କ ମ ବୟସ ପିଲାଙ୍କ କ୍ଷେତ୍ରରେ ସ୍ପେଶାଲ ଡ୍ରାଇଭ୍ ଚେକିଂ ଏବେ କରାଯାଉଛି । ୩ ନାବାଳକ ବାଇକ ଚାଳକଙ୍କୁ ୭୫ ହଜାର ଟଙ୍କା ଫାଇନ୍ । ଫାଇନ୍ ଆଦାୟ କରିଛି ରାୟଗଡା ଆରଟିଓ । ଆଜି ନାବାଳକ ବାଇକ ଚାଳକଙ୍କୁ ଧରିବା ପାଇଁ ରାୟଗଡା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚେକିଂ ଜୋରଦାର ଚାଲିଛି । ଏତିକିବେଳେ ୩ ଜଣ ନାବାଳକଙ୍କ ଠାରୁ ୭୫ ହଜାର ଟଙ୍କା ଚାଲାଣ କଟିଛି । ରାୟଗଡା କଲେଜ ରୋଡ ନିକଟରେ ୨ ଜଣ ଓ ଅନ୍ୟ ଅଞ୍ଚଳରୁ ଜଣଙ୍କ ଠାରୁ ଜରିମାନା ଆଦାୟ କରିଛି ରାୟଗଡା ଆଞ୍ଚଳିକ ପରିବହନ ବିଭାଗ ।
ସେହିପରି କଟକ, ଭୁବନେଶ୍ୱରରେ ମଧ୍ୟ କଡାକଡି ଚେକିଂ ଚାଲିଛି ।

LEAVE A REPLY

Please enter your comment!
Please enter your name here