କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି I ଏକଲକ୍ଷ ରାପିଡ ଟେଷ୍ଟ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ସେଥିପାଇଁ ଆଉ ତିନୋଟି ହସପିଟାଲରେ କରୋନା ପରୀକ୍ଷା କରିବାକୁ ଆଜି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି I ପ୍ରତିଦିନ ଏକ ହଜାର ସାମ୍ପୁଲ ପରୀକ୍ଷା କରିବାକୁ ପଦକ୍ଷେପ ନିଆଯାଇଛି I ଆସନ୍ତା 12 ତାରିଖରୁ ବ୍ରହ୍ମପୁର ଏମକେସିଜିରେ, 15ରୁ ଭୀମସାର ଓ 17ରୁ ଆଇଜିଏଚରେ ଏହି ଟେଷ୍ଟ କରାଯିବ I