ଶ୍ୟାମ ସୁନ୍ଦର । ରାମାୟଣ’ରେ ସୁଗ୍ରିବ ଚରିତ୍ରରେ ଅଭିନୟ କରି ଯିଏ ଦର୍ଶକଙ୍କ ମନ ମୋହିଥିଲେ । ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବାବେଳେ ଲୋକମାନଙ୍କ ମନୋରଞ୍ଜନ ପାଇଁ ରାମାୟଣ ସିରିୟଲକୁ ପୁଣି ଥରେ ପ୍ରସାରଣ କରୁଛନ୍ତି ଭାରତ ସରକାର । ଯାହା ଲୋକମାନଙ୍କ ଦ୍ୱାରା ମଧ୍ୟ ବହୁତ ଆଦୃତି ଲାଭ କରିଛି । ହେଲେ ଏହା ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ରାମାୟଣ’ରେ ସୁଗ୍ରିବ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦରଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି। ଏ ନେଇ ତାଙ୍କ ସହ କଳାକାର ତଥା ରାମାୟଣରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ରାମ ତଥା ଅରୁଣ ଗୋଭିଲ ଟ୍ୱିଟ କରି ସୂଚନା ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି। ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଟ୍ୱିଟ କରି ତାଙ୍କ ଅମରଆତ୍ମା ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପାର୍ଥନା କରିଛନ୍ତି।

LEAVE A REPLY

Please enter your comment!
Please enter your name here