ରାଜ୍ୟସଭା ନିର୍ବାଚନରେ ନୋଟା (Non of the Above) ଅର୍ଥାତ୍ ଉପରୋକ୍ତରୁ କେଉଁଟି ନୁହଁ ଅପସନ୍ ଗ୍ରହଣୀୟ ହେବ ନାହିଁ । ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ନୋଟା ବ୍ୟବସ୍ଥାକୁ କେବଳ ପ୍ରତ୍ୟକ୍ଷ ନିର୍ବାଚନରେ ବ୍ୟବହାର କରାଯିବ । ରାଜ୍ୟସଭା ନିର୍ବାଚନରେ ବ୍ୟବହାର କରିବା କଷ୍ଟକର କାମ । ଏଭଳି ସ୍ଥିତିରେ ନୋଟା ବ୍ୟବସ୍ଥାକୁ ଲାଗୁ କରି ନିର୍ବାଚନ ପ୍ରକ୍ରିୟାକୁ ଅଧିକ ଜଟିଳ କରାଯାଇ ପାରିବ ନାହିଁ । ଜଣେ ବିଧାୟକ ରାଜ୍ୟସଭା ପ୍ରାର୍ଥୀଙ୍କୁ ଭୋଟ ଦେଇ ପାରିବେ । ନଚେତ ଭୋଟିଂରୁ ଦୂରେଇ ରହିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଗୁଜୁରାଟ ରାଜ୍ୟସଭା ନିର୍ବାଚନ ବେଳେ କଂଗ୍ରେସ ନେତା ଶୈଳେସ ପ୍ରସାର ସୁପ୍ରିମକୋର୍ଟରେ ଏକ ପିଟିସନ ଫାଇଲ୍ କରିଥିଲେ । ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

LEAVE A REPLY

Please enter your comment!
Please enter your name here