କରୋନା ମୁକାବିଲା ପାଇଁ ବାଲେଶ୍ବର, ଭଦ୍ରକ ଓ ଯାଜପୁରକୁ ଲାଗୁ କରାଯାଇଥିବା ୬୦ ଘଣ୍ଟିଆ ସଟ୍‌ ଡାଉନ୍ ହଟିଲା । ୩ ଟି ଜିଲ୍ଲାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପ୍ରିଲ୍ ୨୩ ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏ ସମ୍ପୂର୍ଣ୍ଣ ବନ୍ଦ ଅର୍ଥାତ୍ ସଟ୍‌ ଡାଉନ୍ କରାଯାଇଥିଲା । ଆଜି ଏହି କଟକଣା ହଟିଛି । ଏହି ୩ଟି ଜିଲ୍ଲା କରୋନା ସ୍ଥିତି ଗମ୍ଭୀର ଥିବାରୁ ସେଠାରେ ଘରୁ ପଦାକୁ ବାହାରିବା ଉପରେ କଟକଣା ଲାଗିଥିଲା । ସମସ୍ତ ଅତ୍ୟାଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here