ଘୋଷଣା ହେଲା ଅଗଷ୍ଟ ଗାଇଡଲାଇନ । ରାଜ୍ୟର 27 ଟି ଜିଲ୍ଲାରେ ସଂକ୍ରମଣ ଅତି ନଗଣ୍ୟ ରହିଥିବାରୁ ସରକାର ଲକଡାଉନ କଟକଣାକୁ କୋହଳ କରିଦେବା ସହ ଆଂଶିକ କଟକଣା ବଳବତ୍ତର ରଖିଛନ୍ତି । କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଯଦିଓ ସଂକ୍ରମଣ ଲାଗି ରହିଛି, ତଥାପି ଏହା ଉଦବେଗଜନକ ନୁହେଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ୍ତ କୁମାର ଜେନା । ଅଗଷ୍ଟ ଗାଇଡ ଲାଇନ ଅନୁଯାୟୀ ସମଗ୍ର ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଜାରୀ ରହିବ । ସାରା ରାଜ୍ୟରେ ଦୋକାନ ବଜାର ରାତି ଆଠଟା ଯାଏଁ ଖୋଲା ରହିବ । ରାତି ଆଠଟାରୁ ସକାଳ 6ଟା ଯାଏଁ ସାରା ରାଜ୍ୟରେ କର୍ଫ୍ୟୁ ଲାଗୁ ରହିବ । ତେବେ ଟ୍ବିନସିଟି କଟକ ଓ ଭୁବନେଶ୍ବର ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ ।

ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲାଯାଇପାରିବ । ସେହିପରି ମଲ୍ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ବାର୍, ରେଷ୍ଟୁରାଣ୍ଟରେ ପଚାଶ ପ୍ରତିଶତ ଗ୍ରାହକଙ୍କୁ ଅନୁମତି ଦେଲେ ସରକାର । ଯାତ୍ରା ମଧ୍ୟ ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ।

ପାର୍କ, ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ଅନୁମତି ।

ମନ୍ଦିର ଖୋଲିବାକୁ ଅନୁମତି । କିନ୍ତୁ ଭୋଗ, ଦୀପ ଦେଇପାରିବେ ନାହିଁ ଭକ୍ତ ।

ନନ୍ଦନକାନନ, ମ୍ୟୁଜିୟମ ଖୋଲିବ ।

ପ୍ରଦର୍ଶନୀ, ବାଣିଜ୍ୟିକ ମେଳା, ଧାର୍ମିକ ଓ ରାଜନୈତିକ ସମାବେଶ ଉପରେ କଟକଣା ଜାରୀ ରହିବ ।

LEAVE A REPLY

Please enter your comment!
Please enter your name here