ଆଜି ମନ୍‌ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଯୁଦ୍ଧରେ ଲଢୁଥିବା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜଣେ ଜଣେ ଯୋଦ୍ଧା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ପ୍ରତ୍ୟେକ ନାଗରିକ କରୋନା ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଲୋକମାନଙ୍କର ଏହି କାର୍ଯ୍ୟ ଦିନେ ଭବିଷ୍ୟତରେ ଚର୍ଚ୍ଚା ହେବ କହିଛନ୍ତି ମୋଦି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ମନ୍‌ କି ବାତ୍‌ର କାର୍ଯ୍ୟକ୍ରମ ତୁଳନାରେ ଏଥର କାର୍ଯ୍ୟକ୍ରମରେ ଅନେକ ଫୋନ୍‌ କଲ୍‌ ଓ ପ୍ରସ୍ତାବ ଆସିଛି। ଏହାଦ୍ୱାରା ଲୋକଲୋଚନରୁ ଲୁଚି ରହିଥିବା ଅନେକ ତଥ୍ୟ ସାମ୍ନାକୁ ଆସିଛି। ଦେଶର ପ୍ରତ୍ୟକ ନାଗରିକ କରୋନା ଯୁଦ୍ଧରେ ଜଣେ ଜଣେ ଶୈନିକ ସାଜିଛନ୍ତି। ଏଥିପାଇଁ ଆମେ ଗର୍ବିତ । ସାରା ବିଶ୍ୱ ଆଜି କରୋନା ସହିତ ଲଢୁଥିବା ବେଳେ ଆମେ ଦେଶର ଯେଉଁ ଅଞ୍ଚଳକୁ ଦେଖିବେ ସେଠି ଲୋକେ କରୋନା ସହିତ ମୁକାବିଲା କାର୍ଯ୍ୟରେ ଲାଗିଥିବା ଦେଖିବାକୁ ମିଳିବ। ଏଥିସହିତ ଥାଳି, ତାଳି ଓ ମମହବତୀ ଏହି ସମସ୍ତ କଥା ଦେଶବାସୀଙ୍କ ମନରେ କରୋନା ସହିତ ଲଢ଼ିବାକୁ ପ୍ରେରଣା ଦେଇଛି। କୃଷକ ଭାଇ ଭଉଣୀମାନେ ମଧ୍ୟ ଦେଶରେ ଯେମିତି କେହି ଭୋକିଲା ନ ରହିବେ ସେଥିପାଇଁ ସେମାନେ ଦିନରାତି କାମରେ ଲାଗିଛନ୍ତି। ଏହିସବୁ କଥା ଆମେ ସାରା ଦେଶବାସୀ ଏକଠି ହୋଇ ଦେଶ ପାଇଁ କିଛି କରିବା ପାଇଁ ପ୍ରେରଣା ଦେଉଛି ବୋଲି ପିଏମ୍‌ କହିଛନ୍ତି।

LEAVE A REPLY

Please enter your comment!
Please enter your name here