ଓଡିଶାର ସ୍ଥିତି ନିୟନ୍ତ୍ରଣରେ ରହିଛି I ନିୟମ ମାନି ଚଳିଲେ କରୋନା ନିୟନ୍ତ୍ରଣରେ ଓଡିଶା ଇତିହାସ ସୃଷ୍ଟି କରିବ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତାରେ ଏହା କହିବା ସହ ଆମକୁ ଆଉ କିଛି ଦିନ ଧୈର୍ଯ୍ୟ ଓ ସତର୍କତାର ସହ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି I ପ୍ରବାସୀ ଓଡିଆଙ୍କ ନାମ ପଂଜିକୃତ କରିବାରେ ଓଡିଶା ପ୍ରଥମ ରାଜ୍ୟ I ଏବେ ବାହାର ରାଜ୍ୟରୁ ଓଡିଆ ଭାଇ ଭଉଣୀମାନେ ଫେରିବେ, ସେମାନେ ଆମ ନିଜ ଲୋକ ଏବଂ ସେମାନଙ୍କ ଯତ୍ନ ନେବା ଆମ ଦାୟିତ୍ବ ବୋଲି ନବୀନ କହିଛନ୍ତି I ଏବେ ପଶ୍ଚିମବଙ୍ଗରୁ ଆସୁଥିବା ସଂକ୍ରମିତ ବ୍ୟକ୍ତି ଓଡିଶା ପାଇଁ ବଡ ଆହ୍ବାନ I ଏବେ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେମାନଙ୍କ ଭିତରୁ ପଚାଶ ଭାଗ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା I ଆଗକୁ ଅଧିକ ସଂକ୍ରମିତ ରାଜ୍ୟରୁ ବହୁ ଓଡିଆ ଫେରିବେ I ତେଣୁ ସେମାନଙ୍କ ଦାୟିତ୍ବ ଆମକୁ ନେବାକୁ ହେବ I ନିୟମ ନ ମାନିଲେ ମହାବିପଦ ସୃଷ୍ଟି ହେବ I ଆଗାମୀ କିଛିଦିନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I

LEAVE A REPLY

Please enter your comment!
Please enter your name here