ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ଯାଏ ମାଗଣା ଖାଦ୍ୟ ଦିଆଯିବ । ପ୍ରାୟ ୮ କୋଟି ପ୍ରବାସୀଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ । ଖର୍ଚ୍ଚ ହେବ ୩୫ ଶହ କୋଟି । ୨ ମାସ ଯାଏ ମାସିକ ମୁଣ୍ଡପିଛା ୫ କେଜି ଚାଉଳ କିମ୍ବା ଗହମ ମିଳିବ । ପରିବାର ପିଛା ମାସିକ ୧ କେଜି ଡାଲି ମଧ୍ୟ ମାଗଣାରେ ଦିଆଯିବ । ଦେଶର ଯେ କୌଣସି ରାସନ ଡିପୋରୁ ଉପଭୋକ୍ତା ଜିନିଷ ନେଇପାରିବେ । ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ଆରମ୍ଭ ହେବ ଘରଭଡା ଯୋଜନା । ସୁଲଭ ଦରରେ ଭଡା ଘର ଯୋଗାଣ ନେଇ ବ୍ୟବସ୍ଥା କରାଯିବ

LEAVE A REPLY

Please enter your comment!
Please enter your name here