ଗଣଦୁଷ୍କର୍ମକୁ ନେଇ ପୁଣି ବର୍ବରତା. ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଗତ ମାର୍ଚ୍ଚମାସରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ପୀଡିତାଙ୍କୁ ଆଜି ପାଞ୍ଚଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଛନ୍ତି. ପୀଡିତାଙ୍କ ଶରୀରର ଷାଠିଏ ସତୁରୀ ଭାଗ ପୋଡି ଯାଇଥିବା ବେଳେ ତାଙ୍କୁ ଲକ୍ଷ୍ନୌ ହସପିଟାଲରେ ଭର୍ତ୍ତି କରାଯାଇଛି. ଗତ ମାର୍ଚ୍ଚ ମାସରେ ପୀଡିତା ତାଙ୍କ ଗାଁର ଦୁଇ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ. ଏହି ମାମଲାର ଶୁଣାଣୀ ଆଜି ସ୍ଥାନୀୟ କୋର୍ଟରେ ଥିବା ବେଳେ ସକାଳୁ ପୀଡିତା ତାଙ୍କ ଗାଁରୁ ବାହାରି କୋର୍ଟ ଅଭିମୁଖେ ଯାଉଥିଲେ. ମାତ୍ର ତାଙ୍କ ଗାଁ ବାହାରେ ପୀଡିତାଙ୍କୁ ଏହି ଘଟଣାର ଦୁଇ ଅଭିଯୁକ୍ତଙ୍କ ସମେତ ପାଞ୍ଚଜଣ ଦୁର୍ବୃତ୍ତ ଧରି ନିଆଁ ଲଗାଇ ଦେଇଥିଲେ. ପୋଲିସ ପାଞ୍ଚଜଣଙ୍କୁ ଗିରଫ କରିଥିବା କୁହାଯାଉଛି. ଦୁଷ୍କର୍ମ କରିଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଗତ ସପ୍ତାହେ ତଳେ ଜାମିନରେ ଆସିଥିଲେ.

LEAVE A REPLY

Please enter your comment!
Please enter your name here