ମହଙ୍ଗା ପଡିଲା ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ । ଥାନା ଭିତରେ ଯୁବକଙ୍କୁ ଠେଙ୍ଗାରେ ପିଟିବା ସହ ଗୋଇଠା ମାରିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାରେ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ପୁଲିସ ମହାନିର୍ଦେଶକ ଅଭୟ କୁମାର । କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଆଇଆଇସି ସଂଧ୍ୟାରାଣୀଙ୍କୁ ନିଲମ୍ବନ କରାଯାଇଛି । ଯବୁକଙ୍କୁ ନିସ୍ତୁ୍କ ପିଟିବା ଭିଜୁଆଲ ଭାଇରାଲ ହେବା ପରେ ସୁବଠି ଚର୍ଚ୍ଚାର ବିଷୟ ପାଲଟିଥିଲା । ଘଟଣାକୁ ଗୁରୁତର ସହ ନେଇ ଜବାବ ମାଗିଥିଲେ ରାଜ୍ୟ ମାନବାଧିକାର କମିଶନ । କେନ୍ଦୁଝର ଏସପିଙ୍କୁ ଜବାବ ମାଗିବା ସହ ମାଡ ଖାଇଥିବା ଯୁବକଙ୍କୁ କ୍ଷତିପୂରଣ ଦେବା ପାଇଁ କହିଥିଲେ । କ୍ଷତି ପୂରଣ ବାବଦକୁ ଆଇଆଇସି ସଂଧ୍ୟାରାଣୀଙ୍କ ଦରମାରୁ ୧୦ ହଜାର ଟଙ୍କା କାଟି ସଂପୃକ୍ତ ଯୁବକଙ୍କୁ ଦେବାକୁ କହିଥିଲେ ରାଜ୍ୟ ମାନବାଧିକାର କମିଶନ ।